Wednesday , March 29 2023
Home / ରାଜନୀତି / ପ୍ରଶାନ୍ତ ଦାସ ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ହେଲେ 

ପ୍ରଶାନ୍ତ ଦାସ ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ହେଲେ 

ତାରପୁର, ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକର ଟାଣୁଆ କଂଗ୍ରେସ ନେତା ଓ ସୁସଂଗଠକ ପ୍ରଶାନ୍ତ କୁମାର ଦାସ (ରୁନୁ ସାର)ଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ବ୍ଲକର ସଭାପତି ଭାବନେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ନିଯୁକ୍ତି କୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ନଟବର ବାରିକ୍ ଶ୍ରୀ ଦାସଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦ୍ୱାରା ପ୍ରେରିତ ନିଯୁକ୍ତି ପତ୍ର  ପ୍ରଦାନ କରିବା ସହିତ ରଘୁନାଥପୁର ବ୍ଲକରେ କଂଗ୍ରେସ ସଂଗଠନକୁ ମଜବୁତ୍ କରିବା ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଚିରଞ୍ଜିବ ବିଶ୍ୱାଳ ନବନିଯୁକ୍ତ ସଭାପତି ଶ୍ରୀ ଦାସ ଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦଳିୟ ସଂଗଠନକୁ ୱାର୍ଡ ସ୍ତରରେ ମଜବୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ନବ ନିଯୁକ୍ତ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଦାସଙ୍କୁ କଂଗ୍ରେସ କର୍ମୀ ବିଜୟ ଦାଶ, ପ୍ରଭାକର ସ୍ୱାଇଁ, ଆର୍ତତ୍ରାଣ ପଣ୍ଡା, ପ୍ରଦୀପ ନାୟକ, ବୈରାଗୀ ଚରଣ ସାହୁ, ପ୍ରଭାସ କୁମାର ପାଣ୍ଡା, ବିଜୟ ସ୍ୱାଇଁ, ବସନ୍ତ ଦାଶ, ବନମାଳି ମହାରଣା, ଲକ୍ଷ୍ମୀକାନ୍ତ ନାୟକ, ସୌମେନ୍ଦ୍ର ମହାପାତ୍ର ପ୍ରମୁଖ ସ୍ୱାଗତ କରିବା ସହିତ ଏହି ବ୍ଲକରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.