Monday , March 20 2023
Breaking News
Home / ବିଶେଷ / ପୁରୀ ସହରରେ ସୁଜଳ ଯୋଜନା ସଫଳତା ପାଇଁ ୱାଟକୋ ପୁରସ୍କୃତ

ପୁରୀ ସହରରେ ସୁଜଳ ଯୋଜନା ସଫଳତା ପାଇଁ ୱାଟକୋ ପୁରସ୍କୃତ

ଭୁବନେଶ୍ୱର, ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ପୁରୀ ସହରରେ “ସୁଜଳ” ଯୋଜନାର ସଫଳ କାର୍ଯ୍ୟକାରୀତା ନିମନ୍ତେ ୱାଟକୋକୁ “ଆୱାର୍ଡ ଅଫ୍ ଏକ୍ସେଲେନ୍ସ” ପୁରସ୍କାର ମିଳିଛି । ଗତ ଗୁରୁବାର ଦିନ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଓ ଇଲେଟ୍ସ ଟେକ୍ନୋ ମଡିଆ ଆୟୋଜିତ ୨ୟ ଜାତୀୟ ଜଳ ଓ ପରିମଳ ଉବ୍ଭାନନୀ ସମ୍ମିଳନୀ ୨୦୨୧ରେ ସ୍ମାର୍ଟ ଜଳ ପରିବହନ ଏବଂ ବିତରଣ ବିଭାଗରେ ଦେଶର ବିଭିନ୍ନ ସହର ମଧ୍ୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଉକ୍ରର୍ଷତା ପାଇଁ ପ୍ରତିଯୋଗୀତା ହୋଇଥିଲା । ଏଥିର ପୁରୀ ସହରରେ ୱାଟକୋ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ୨୪ /୭ ବିଶୁଦ୍ଧ ପାନୀୟ ଜଳ ଜଳ ଯୋଗାଣ ବ୍ୟବସ୍ଥାକୁ ପୁରସ୍କୃତ କରାଯାଇଥିବା ଗୃହ ଓ ନଗର ଉନ୍ନୟନ ବିଭାଗ ସୂତ୍ରରୁ ପ୍ରକାଶ । ୱାଟକୋର ଏହି ସଫଳତା ନିମନ୍ତେ ପଂଚାୟତିରାଜ , ପାନୟଜଳ , ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଖୁସି ବ୍ୟକ୍ତକରି ବିଭାଗୀୟ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.