Monday , March 27 2023
Breaking News
Home / ବିଶେଷ / ପାରାଦୀପ ଏମ୍ପାୟାର୍ସ ପକ୍ଷରୁ ବିଶ୍ୱ ପଖାଳ ଦିବସ

ପାରାଦୀପ ଏମ୍ପାୟାର୍ସ ପକ୍ଷରୁ ବିଶ୍ୱ ପଖାଳ ଦିବସ

ପାରାଦୀପ ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ମାର୍ଚ୍ଚ ୨୦ତାରିଖ ବିଶ୍ୱ ପଖାଳ ଦିବସ ଉପଲକ୍ଷେ ପାରାଦୀପସ୍ଥିତ ହୋଟେଲ ଏମ୍ପାୟାର୍ସ ତରଫରୁ ବିଭିନ୍ନ ପ୍ରକାର ସ୍ୱଦେଶୀ ବ୍ୟଞ୍ଜନ ପରିବେଷଣ ହୋଇଥିଲା । ଏଥିରେ ପଖାଳ ସମେତ ଆଳୁଭର୍ତା, ଶାଗ ଭଜା, ବଡିଚୁରା, ଆମ୍ବ ଚଟଣି, ବିଭିନ୍ନ ପ୍ରକାରର ମାଛଭଜା ଇତ୍ୟାଦିରେ ଗ୍ରାହକ ମାନଙ୍କୁ ଆପାୟିତ କରାଯାଇଛି । ତେବେ ସମସ୍ତ କୋଭିଡ୍ କଟକଣା ଅବଲମ୍ବନ କରାଯାଇ ଏହା ୧୫ଦିନ ଧରି ଚାଲୁ ରହିବ ବୋଲି ହୋଟେଲ ଅପରେସନ୍ ମ୍ୟାନେଜର ଭାବଗ୍ରାହୀ ବାରିକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.