ତାରପୁର, ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ନିରାଶ୍ରୟ ଆଶା ଟ୍ରଷ୍ଟ ପକ୍ଷରୁ ରଘୁନାଥପୁର ବ୍ଲକର ୧୯ ଗୋଟି ଗ୍ରାମପଂଚାୟତରେ ୧୯୯୭ ମସିହା ଚିହ୍ନଟ ଅନ୍ତୋଦୟ ପରିବାର ଏବଂ ନାମମାତ୍ର ଚାଷୀ ପରିବାରକୁ ସହାୟତା ପ୍ରଦାନ କରିବା ନିମନ୍ତେ ଏକ ବୈଠକ ରାଢଙ୍ଗ ପଂଚାୟତର ବଟଗୋସାଇଁ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଟ୍ରଷ୍ଟର ଆବାହକ ଟିଟିଲାଗଡର ଇଂ ହରେକୃଷ୍ଣ ପଢ଼ିହାରି ସଭାପତିତ୍ୱ କରିଥିଲେ । ମୁଖ୍ୟ ବକ୍ତା ଭାବେ ହାଇକୋର୍ଟର ବରିଷ୍ଟ ଆଇନଜିବୀ ସୁଧିରକାନ୍ତ ମହନ୍ତ, ସମ୍ମାନିତ ଅତିଥିଭାବେ ଜଗତସିଂହପୁର ଜିଲ୍ଲା କାର୍ଯ୍ୟାକାରୀ ସଭାପତି କବିରମଣି ପଟ୍ଟନାୟକ, ଅତାବିରା ପୂର୍ବତନ ଗଣିତ ଶିକ୍ଷକ ଶିଶିର କୁମାର ସ୍ୱାଇଁ ଏବଂ ଜଗତସିଂହପୁର ଜିଲ୍ଲା କାର୍ଯ୍ୟକାରୀ ସଂପାଦକ ପ୍ରିୟରଞ୍ଜନ ସାହାଣୀ ଯୋଗଦେଇ ପ୍ରତ୍ୟେକ ପଂଚାୟତରେ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଅନ୍ତୋଦୟ ପରିବାରକୁ ପ୍ରତି ୪ମାସକୁ ୪୨୫୦ଟଙ୍କା, ନାମମାତ୍ର ଚାଷୀ ପରିବାରକୁ ୬୫୦୦ଟଙ୍କା, ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ଏହି ବୈଠକରେ ନାମମାତ୍ର ଚାଷି କୃତିବାସ ସ୍ୱାଇଁ, ପ୍ରମିଳା ଭୋଇ, ରମାକାନ୍ତ ଭୋଇଙ୍କୁ ୪୮୦୦ଟଙ୍କା କରି ସହାୟତା ରାଶି ପ୍ରଦାନ କରାଯିବା ସହିତ ଅନ୍ତୋଦୟ ପରିବାର ସର୍ମିଷ୍ଟା ଭୋଇ, ନୃସିଂହ ଗୋଚ୍ଛାୟତଙ୍କ ପରିବାରକୁ ନଗଦ ୫୨୫୦ଟଙ୍କା କରି ସହାୟତା ପ୍ରଦାନ କରାଯିବା ସହିତ ୨କେଜି ଡାଲି ସହିତ ୨ କିଲୋ ତେଲ ପ୍ରଦାନ କରାଯାଇ ୨୫ଟି ପରିବାର କୁ ୨୫ ଗୋଟି ଶାଢୀ ବଂଟନ କରାଯାଇଥିଲା । ଏହି ବୈଠକରେ ସଭ୍ୟ ସୁଶାନ୍ତ ଗୋଚ୍ଛାୟତ, ନିର୍ମଳା ଦାସ, ପ୍ରଫୁଲ୍ଲ ସ୍ୱାଇଁ, ପଙ୍କଜ ଭୋଇ, ଅରୁଣ ଭୋଇ, ଗୋବିନ୍ଦ ଦାସ, ଅର୍ଜୁନୀ ଭୋଇ, ମାନସ ଦାଶ, ସନ୍ତୋଷ ସାହୁ, କେଦାରନାଥ ସାହୁ, ବିଜୟ କୁମାର ସାହୁ, ବସନ୍ତ କୁମାର ଦାଶ, ସୁଦର୍ଶନ ମହାନ୍ତି, ଜଗଦିଶ ବିଶୋଇ ପ୍ରମୁଖ ଯୋଗଦେଇ ଥିଲେ । ଓଡ଼ିଶା ସମାଚାର
Check Also
ମାଓବାଦୀ ଅଶୋକ ପୁନେଙ୍କ ଆତ୍ମସମର୍ପଣ
ଫୁଲବାଣୀ ୨୨/୦୫/୨୦୨୨( ଓଡ଼ିଶା ସମାଚାର )- ମାଓବାଦୀ ଅଶୋକ ପୁନେଙ୍କ ଆତ୍ମସମର୍ପଣ । କନ୍ଧମାଳ ଏସ୍ପି ଭିନୀତ ଅଗ୍ରଓ୍ୱାଲଙ୍କ ନିକଟରେ …