ଭୁବନେଶ୍ୱର, ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଓଳସିଂ ପଂଚାୟତ ର ଡ଼ମଣଭୂମି ଠାରେ ପୂର୍ବ ବିବାଦକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ ହୋଇଛି । ବୋମା ମାଡ଼, ପଥର ମାଡ଼ ଓ ଗୁଳି ଫୁଟିଛି । ୫ ରୁ ଅଧିକ ଆହତ ହୋଇଛନ୍ତି । କେତେକ ଆହତଙ୍କୁ ଖୋର୍ଦ୍ଧା ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିବାବେଳେ କେତେକ ଗୁରୁତର ଆହତଙ୍କୁ ରାଜଧାନୀ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା । ଜଙ୍କିଆ ପୁଲିସ ପହଂଚି ପରିସ୍ଥିତି ଆୟତକୁ ଆଣିଛି ।
ମାଙ୍କଡ଼ା ପଥର ଚାଲାଣ, ଖରି ଖାଦାନକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା । ଓଡ଼ିଶା ସମାଚାର