ଗରଦପୁର, ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ଗୋତ୍ରବିଲ ଗ୍ରାମ ଠାକୁରାଣୀ ଅଧିଷ୍ଟାତ୍ରୀ ଦେବୀ ମା’ବଜ୍ରମହାକାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠାର ୨ୟ ଜନ୍ମ ବାର୍ଷିକ ଉପଲକ୍ଷେ ମନ୍ଦିର ପରିସର ମଧ୍ୟରେ ବିଶ୍ୱଶାନ୍ତ ମହାଯଜ୍ଞ, ଅଷ୍ଟମ ପ୍ରହର ନାମଯଜ୍ଞ ଓ ହରିହାଟ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ୫ଦିନ ବ୍ୟାପି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗତକାଲି ରାତ୍ରୀରେ ‘ହରିହାଟ’ଆୟୋଜନ କରାଯାଇ ଥିଲା ।
ଏହି ଅବସରରେ ଗ୍ରାମବାସୀମାନଙ୍କ ପକ୍ଷରୁ ଭଜହରି ସେନାପତିଙ୍କ ସଂଚାଳନରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ପ୍ରାଧ୍ୟାପକ ଅଜୟ ରାଉତ, ନୂଆପଡା କାନରା ବ୍ୟାଙ୍କର ଶାଖା ପରିଚାଳକ କୃଷ୍ଣଚନ୍ଦ୍ର ପଶାୟତ,ରତିକାନ୍ତ କାନୁନ୍ଗୋ, ଶଶିକାନ୍ତ ପରିଡା, ଯଶୋବନ୍ତ ପାତ୍ର, ସୁବାଷ ଚନ୍ଦ୍ର ସାମଲ,ଚିତ୍ରୋପôଳା ବଣିକ ସଂଘର ସଭାପତି ନିରଞ୍ଜନ ଦାସ, ଜ୍ୟୋତିରଞ୍ଜନ ପରିଡା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇର୍ ସ୍ଥାନୀୟ ଗରଦପୁର ଓ ମାର୍ଶାଘାଇ ବ୍ଳକ ଅଧିନ ପ୍ରାୟ ଅନେକ ଗ୍ରାମର ହଜାରରୁ ଉଦ୍ଧ୍ୱର୍ ସଂଖ୍ୟକ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିବାର ଦେଖାଯାଇଥିଲା । ,
ପ୍ରକାଶ ଯେ,ମଙ୍ଗଳବାର ଦିନ ଯଜ୍ଞର ଅଙ୍କୁରାରୋପଣ କରାଯିବା ପରେ ବୁଧବାର ଠାରୁ ଘୃତଯଜ୍ଞ ଓ ପରେ ପରେ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ଗ୍ରାମର ମୋଟ୧୭୫ ପରିବାରମାନଙ୍କ ଦ୍ୱାର ମୁହଁରେ ଶୁଭକଳସୀ ସ୍ଥାପନା କରାଯିବା,ଘର ଆଗରେ କଦଳୀ ଗଛ ପୋତାଯାଇଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀମାନଙ୍କ ପକ୍ଷରୁ ଆୟୋଜିତ ଏହି ହରିହାଟ ଉତ୍ସବକୁ ଦେଖିବା ପାଇଁ ସ୍ଥାନୀୟ ଆଖପାଖ ଗ୍ରାମର ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସମାଗମ ହୋଇଥିଲେ । ଓଡ଼ିଶା ସମାଚାର