ପାରାଦୀପ ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ଓଡିଶା ନୌସେନା ଅଧିକାରୀ ତଥା ଆଇଏନଏସ୍ ଚିଲିକାର କମାଣ୍ଡର ଏନ୍.ପି.ପ୍ରଦୀପ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ଡାକରା ପାଇ ଭୁବନେଶ୍ୱର ରାଜଭବନରେ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ପରିପ୍ରେକ୍ଷୀରେ ରାଜ୍ୟପାଳ ଆଇଏନଏସ୍ ଚିଲିକା ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ବୁଝିଥିଲେ । ମଧ୍ୟ ଉପକୂଳ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା ଓ ନିରାପତା, ଉପକୂଳ ଓଡିଶାର ନୌସେନାର ପ୍ରସ୍ତୁତି ଓ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟପାଳ କମାଣ୍ଡର ପ୍ରଦୀପଙ୍କ ସହ ଆଲୋଚନା କରିଥିଲେ । ଏହି ସୂଚନା ଆଇଏନଏସ୍ ଚିଲିକାର ଲୋକସମ୍ପର୍କ ଅଧିକାରୀ ବିନୋଦ କୁମାର ମିଶ୍ରଙ୍କ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ । ଓଡ଼ିଶା ସମାଚାର