ପାରାଦୀପ ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ସୁପ୍ରିମ୍ କୋର୍ଟ ରେ କୁରାନକୁ ନେଇ ସିଆ ୱାକର୍ଫ ବୋର୍ଡର ପୂର୍ବତନ ମୁଖ୍ୟ ୱାସିମ୍ ରିଜୱି କରିଥିବା ଏକ ଆବେଦନକୁ ପାରାଦୀପର ଆଜାଦ୍ ଭାରତ ମେମୋରିଆଲ ଟ୍ରଷ୍ଟ ତିବ୍ର ବିରୋଧ କରିଛି । “କୁରାନ ପାକ ୨୬ ଆୟତ” ମୁସଲମାନ ଯୁବକଙ୍କ ମଧ୍ୟରେ ଅତଙ୍କବାଦ ଓ ଜିହାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରି ରିଜୱି କରିଥିବା ଆବେଦନ ବିରୁଦ୍ଧରେ ଟ୍ରଷ୍ଟ ପକ୍ଷରୁ ବିରୋଧ କରାଯାଇ ତାଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି ଅବସରରେ ଟ୍ରଷ୍ଟର ସଭାପତି ତଥା ପାରାଦୀପ ବିଜେଡି ସଂଖ୍ୟାଲଘୁ ସମ୍ପ୍ରଦାୟର ସଭାପତି ଅବଦୁଲ ଆବିଦ୍ ଖାନ୍ ଙ୍କ ନେତୃତ୍ୱରେ ଥାନା ଛକରୁ ଏକ ଶୋଭାଯାତ୍ରା ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କୁ ମହାମହିମ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ରିଜୱିଙ୍କ ଉପରେ ଦୃଢ କାଯାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଏକ ଦାବିପତ୍ର ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାରାଦୀପ ସମେତ ପାରାଦୀପଗଡ ଓ କୁଜଙ୍ଗ ଅଂଚଳର ଶତାଧିକ ମୁସଲମାନ ଭାଇ ମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର