Monday , March 27 2023
Breaking News
Home / ବିଶେଷ / ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଆଚାର ପ୍ରସ୍ତୁତି ଅଭିଜ୍ଞତା ପାଇଁ ମହିଳା ସଦସ୍ୟଙ୍କ ମହୀଶୂର ଗସ୍ତ

ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଆଚାର ପ୍ରସ୍ତୁତି ଅଭିଜ୍ଞତା ପାଇଁ ମହିଳା ସଦସ୍ୟଙ୍କ ମହୀଶୂର ଗସ୍ତ

କେନ୍ଦ୍ରୀୟ ପ୍ରତିଷ୍ଠାନରୁ ହାସଲ କରିବେ ଖାଦ୍ୟ ପ୍ରକ୍ରିୟାକରଣ ଅନୁଭୂତି

ଭୁବନେଶ୍ୱର, ୨୧/୦୩/୨୦୨୧(ଓଡ଼ିଶା ସମାଚାର)-ମହିଳାମାନେ ଆଉ ଆଗଭଳି ଘର କଣରେ ରହୁନାହାନ୍ତି । ସହରାଂଚଳରେ ବିଭିନ୍ନ ଗୋଷ୍ଠି ଭିତିକ କାର୍ଯ୍ୟରେ ସେମାନେ ସାମିଲ ହୋଇ ନିଜେ ସ୍ୱାବଲମ୍ବି ହେବା ସହିତ ଅନ୍ୟକୁ ବି ରୋଜଗାର ଯୋଗାଉଛନ୍ତି । ସେମାନଙ୍କୁ ଏ କ୍ଷେତ୍ରରେ ବାଟ ଦେଖାଇଛି ମିଶନ ଶକ୍ତି । ସହରାଂଚଳରେ ମିଶନ ଶକ୍ତି ସହଯୋଗରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅନ୍ୟାନ୍ୟ କାର୍ଯ୍ୟପାଇଁ ଓଡିଶା ଏବେ ବିଶ୍ୱ ସ୍ତରରେ ପୁରସ୍କୃତ ହେବାରେ ଲାଗିଛି ।

ସହରାଂଚଳରେ ମିଶନ ଶକ୍ତିର ସଦସ୍ୟମାନେ ବଡି, ପାମ୍ପଡ ଠାରୁ ସେମାନଙ୍କର ଅଭିଯାନ ଆରମ୍ଭ କରି ଏବେ ସେପ୍ଟେଜ୍ ପ୍ଲାନ୍ଟର ରକ୍ଷଣାବେକ୍ଷଣ ଭଳି ବିଭିନ୍ନ ବୈଷୟିକ କାର୍ଯ୍ୟକ୍ରମରେ ଜଡିତ ହେବା ଏବଂ ଅନ୍ୟାନ୍ୟ ପରିମଳ ଭିତିକ କାର୍ଯ୍ୟରେ ସାମିଲ ହେବା ରାଜ୍ୟର ସହରାଂଚଳରେ ବିରାଟ ପରିବର୍ତନ ଆଣିଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକର କାର୍ଯ୍ୟଶୈଳୀର ମାନବୃଦ୍ଧି ଅତ୍ୟନ୍ତ ଉଲ୍ଲେଖନୀୟ । ଗୃହ ଓ ନଗର ଉନ୍ନୟନ ବିଭାଗ ମିଶନ ଶକ୍ତି ଗୋଷ୍ଠିଗୁଡିକ ସହିତ ମିଶି ଓଡିଶାର ସମସ୍ତ ୧୬୭ ଆହାର କେନ୍ଦ୍ରର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ମହିଳାମାନେ କରୁଛନ୍ତି । ରାଜ୍ୟ ସହରାଂଚଳ ବିକାଶ ସଂସ୍ଥା (ସୁଡା), ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଯେଭଳି ସୁରୁଖୁରୁରେ କାର୍ଯ୍ୟ କରିବ ସେଥିନେଇ ନିୟମିତ ମନିଟରିଂ କରାଯାଉଛି ।
ସହରାଂଚଳର ମହିଳାମାନଙ୍କୁ ସ୍ୱାବଲମ୍ବି କରିବାପାଇଁ ପାଇଁ ମିଶନ ଶକ୍ତି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପରେ ଯୋଡିହୋଇ ଯାଇଛି ଆଚାର ପ୍ରସ୍ତୁତି । ମିଶନ୍ ଶକ୍ତି ଏସଏଚଜି ଗୁଡ଼ିକୁ ସଶକ୍ତିକରଣ ଦିଗରେ ଧୀରେ ଧୀରେ ଆଗକୁ ବଢିବା ସହିତଗୃହ ଓ ନଗର ଉନ୍ନୟନ ବିଭାଗ ବିଭାଗ ମିଶନ୍ ଶକ୍ତି ମହିଳା ଗୋଷ୍ଠି ଗୁଡ଼ିକୁ ଆଚାର ପ୍ରସ୍ତୁତି, ବ୍ୟବସାୟ ଓ ଏହାର ପରିଚାଳନାରେ ସମ୍ପୃକ୍ତି ଲାଗି ନିଷ୍ପତି ନେଇଛି । ଏଥିପାଇଁ ମିଶନ ଶକ୍ତି ଗୋଷ୍ଠି ଏବଂ କେନ୍ଦ୍ର ବିଜ୍ଞାନ ଓ ବୈଷୟିକଜ୍ଞାନ ମନ୍ତ୍ରାଳୟ ଅଧିନରେ ଥିବା କେନ୍ଦ୍ରୀୟ ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ଗବେଷଣା ପ୍ରତିଷ୍ଠାନ (ସିଏଫଟିଆରଆଇ) ସହିତ ରାଜିନାମା ହୋଇଛି ।

ଆଚାର ପ୍ରସ୍ତୁତି ସଂକ୍ରାନ୍ତରେ ଏହି କେନ୍ଦ୍ରୀୟ ପ୍ରତିଷ୍ଠାନ ଜ୍ଞାନକୌଶଳ ଯୋଗାଇଦେବ । ଆହାର କେନ୍ଦ୍ର ଗୁଡିକରେ ଗରମ ଭାତ ଓ ଡାଲମା ସହିତ ଆଚାର ଯୋଗାଇବାପାଇଁ ପ୍ରକ୍ରିୟା ଆଗେଇ ଚାଲିଛି । ମିଶନ ଶକ୍ତିର ମହିଳା ସଦସ୍ୟ ଓ ଆହାର କେନ୍ଦ୍ରର ସଦସ୍ୟଙ୍କୁ ନେଇ ଏକ ୧୧ଜଣିଆ ଦଳ ସିଏସଆରଆଇ ପରୀକ୍ଷାଗାର ପରିଦର୍ଶନ କରିଥିବାବେଳେ ସିଏଫଟିଆରଆଇର ବୈଜ୍ଞାନିକମାନେ ସେମାନଙ୍କ କେନ୍ଦ୍ରରେ ମାର୍ଚ୍ଚ ୧୭ ଓ ୧୮ ତାରିଖରେ ମହିଳା ଗୋଷ୍ଠିର ସଦସ୍ୟମାନଙ୍କ ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ ଓ ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।
ଏହି ଗସ୍ତର ମୂଳ ଉଦ୍ଧେଶ୍ୟ ହେଉଛି ଆଚାର ଉତ୍ପାଦନରେ ମିଶନ ଶକ୍ତି ଗୋଷ୍ଠିକୁ ଜ୍ଞାନକୌଶଳ ଯୋଗାଇଦେବା, ମିଶନ ଶକ୍ତି ଗୋଷ୍ଠୀର ଦକ୍ଷତାକୁ ବୃଦ୍ଧି କରିବା ଯାହାଫଳରେସିଏଫଟିଆରଆଇ ରୁ ଓଡିଶା ରାଜ୍ୟ ମିଶନ୍ ଶକ୍ତି ଗୋଷ୍ଠିର ମହିଳାଙ୍କ ନିକଟକୁ ଆସିବ ଏବଂ ବ୍ୟବସାୟ ପରିବେଶରେ ଉଦ୍ୟୋଗୀ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ଲକ୍ଷ୍ୟ ରଖିବ ।ଏହି ପରିଦର୍ଶନ ସମୟରେ ସଦସ୍ୟମାନେ ଏକ ନୂତନ ଅନୁଭୂତି ଓ ଜ୍ଞାନକୌଶଳ ପାଇବେ ଏବଂ ଆଚାର ଉତ୍ପଦନ ପ୍ରକ୍ରିୟାରେ ସେମାନଙ୍କର ଦକ୍ଷତା ବିକାଶ କରିବା ସହିତଖାଦ୍ୟ ନିରାପତା ଏବଂ ସ୍ୱଚ୍ଛତା ମାନକ ଅନୁସରଣ କରିବେ ଏବଂ ବ୍ୟବହାର ହେବାକୁ ଥିବା ବିଭିନ୍ନ ଯନ୍ତ୍ରପାତି ବ୍ୟବହାର ସଂକ୍ରାନ୍ତରେ ବୁଝିପାରିବେ । ମିଶନ ଶକ୍ତି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଏହି ଅଭିନବ ପଦକ୍ଷେପ ଆଗାମୀ ଦିନରେ ରାଜ୍ୟର ମହିଳାମାନଙ୍କୁ ଜଣେ ଜଣେ ଉଦ୍ୟୋଗୀଭାବେ ଗଢି ତୋଳିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.