Monday , March 20 2023
Breaking News
Home / ବିଶେଷ / ସୁନାଗହଣା ସଫାକରିବାକୁ କହି ଲୁଟ ଅଭିଯୋଗ

ସୁନାଗହଣା ସଫାକରିବାକୁ କହି ଲୁଟ ଅଭିଯୋଗ

କେନ୍ଦ୍ରାପଡ଼ା,୨୦/୦୩/୨୦୨୧(ଓଡ଼ିଶା ସମାଚାର)- ସୁନା ଗହଣାକୁ ସଫା କରିଦେବାକୁ କହି ଲୁଟ କରିନେଇଯାଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଟାଉନ ଥାନା ଅନ୍ତର୍ଗତ ଏକଣାଖଣ୍ଡି ଗ୍ରାମର ପ୍ରଦୀପ ଦାସଙ୍କ ପୁଅ କିଷାନ ଦାସ ଅଭିଯୋଗ କରିଛନ୍ତି ଯେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ୨ଜଣ ଯୁବକ ତାଙ୍କ ଘରକୁ ଆସି ସୁନା ଗହଣା ସଫା କରି ଚିକଚିକ କରିଦେବେ ବୋଲି କହିଥିଲେ । ତେଣୁ କିଷାନ ଏକ ସୁନାଚେନ ଓ ଗୋଟିଏ ସୁନା ମୁଦି ଘରୁ ଆଣି ସେମାନଙ୍କୁ ସଫା କରିବାକୁ ଦେଇଥିଲେ । ଯୁବକ ୨ଜଣ ସେହି ସୁନା ଚେନ ଓ ମୁଦିକୁ ଏକ ଜରିରେ ଥିବା ଲିକୁଇଡରେ ପକାଇଦେଇଥିଲେ । ଏହାଦ୍ୱାରା ସୁନା ଗହଣା ନୂଆପରି ଚିକଚିକ କରିବ ବୋଲି କହି କିଷାନଙ୍କୁ ଏକ ଜରିଟି ଫେରାଇ ଦେଇଥିଲେ । କିଷାନ ଘର ଭିତରକୁ ଯାଇଥିବା ବେଳେ ହଠାତ ଯୁବକ ୨ଜଣ ସେଠାରୁ ଫେରାର ହୋଇଯାଇଥିଲେ । ପରେ କିଷାନ ଦେଖିଲା ବେଳକୁ ସେହି ଜରିରେ ସୁନା ଚେନ କିମ୍ବା ସୁନା ମୁଦି ନଥିଲା । ଏସମ୍ପର୍କରେ କିଷାନ ଟାଉନ ଥାନାରେ ଅଭିଯୋଗ କରିବା ପରେ ଥାନାରେ ଏକ ଲୁଟ ମାମଲା ଦାୟର କରାଯିବା ସହ ଏ.ଏସ.ଆଇ. ଶରତ କୁମାର ବାରିକ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି । ୨ଲୁଟେରାଙ୍କର କୌଣସି ପତା ମିଳିନଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.