Saturday , April 1 2023
Breaking News
Home / ବିଶେଷ / ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ମୁସଲମାନ ସଂପ୍ରଦାୟର ଦାବିପତ୍ର ପ୍ରଦାନ

ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ମୁସଲମାନ ସଂପ୍ରଦାୟର ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା, ୨୦/୦୩/୨୦୨୧(ଓଡ଼ିଶା ସମାଚାର)- ପବିତ୍ର କୋରାନର କେତେକ ଅନୁଛେଦ “ଆୟାତ”କୁ ବିକୃତ ଓ  ବିଭ୍ରାନ୍ତିକୁ ତର୍ଜ୍ଜମା ପୂର୍ବକ ୱାସିମ ରିଜଫ୍ୱିଙ୍କ ଦ୍ୱାରା ସୁପ୍ରିକ କୋର୍ଟରେ ଅର୍ଜି ଦାଖଲ ଓ ତଦ ଅନୁଯାଇ ଆପୋଷ ସଦଭାବନା ଏବଂ ଭାଇଚାରାକୁ ନଷ୍ଟକରିଥିବାରୁ ତାଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବିକରି କେନ୍ଦ୍ରାପଡା ମୁସଲମାନ ସଂପ୍ରଦାୟ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂପ୍ରତି ସିହା ୱାକଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୱାସିମ ରିଜୱି ପବିତ୍ର କୋରାନର କେତେକ ଅନୁଛେଦକୁ ଆତଙ୍କ ସୃଷ୍ଟିକାରି ଆଖ୍ୟା ଦେଇ ମୁସଲମାନ ସଂପ୍ରଦାୟର ସମ୍ମାନୀୟ “ସାହାବା” (ମହାପୁରୁଷ ମହମ୍ମଦ ଅନୁଗାମି)ଙ୍କ ଚରିତ୍ର ସଂହାର ଓ ମିଥ୍ୟା ଆରୋପ ଲଗାଇ ପବିତ୍ର କୋରାନର ୨୬ଟି ଆୟାତ(ଅନୁଛେଦ)କୁ ବାଦ ଦେବା ପାଇଁ ସୁପ୍ରିମ କୋର୍ଟରେ ପିଟିସନ ଦାଖଲ କରିବା ଓ ମିଡିଆରେ ଏ ସମ୍ପର୍କିତ ବିଭ୍ରାନ୍ତିକର ବୟାନ ଦେବା ଯୋଗୁଁ ସମଗ୍ର ଭାରତବର୍ଷର ମୁସଲମାନ ସଂପ୍ରଦାୟ ମଧ୍ୟରେ ତୀବ୍ର ଉଦବେଗ ଓ ଉେଜନା ପ୍ରକାଶ ପାଇଛି । ଏହାଦ୍ୱାରା ସାଂପ୍ରଦାୟିକ ସଦଭାବ ଓ ଭାଇଚାରା ନଷ୍ଟ ହୋଇଥିବା ଅଭିଯୋଗକାରୀମାନେ ଅଭିଯୋଗ କରିଛନ୍ତି । ଅତିତରେ ଏହି ଚକ୍ରାନ୍ତକାରି ବ୍ୟକ୍ତିଙ୍କଦ୍ୱାରା ନାନାପ୍ରକାର ଇସଲାମ ବିରୋଧୀ କାର୍ଯ୍ୟକଳାପ କରାଯାଇଥିବାର ନଜିର ରହିଛି । ସମଗ୍ର ପୃଥିବିରେ ବିଗତ ସାଢେ ୧୪ଶହ ବର୍ଷ ଧରି ପବିତ୍ର କୋରାନ ଶାନ୍ତି ଓ ମୈତ୍ରିର ବାର୍ତା ପ୍ରଚାର କରି ଆସିଛି । ଜଣେ ଇସଲାମ ବିଦ୍ୱାନ ନଥିବା ବ୍ୟକ୍ତି ନିଜ ବିରୋଧରେ ଚାଲିଥିବା ସିବିଆଇ ଅନୁସନ୍ଧାନକୁ ବାଟବଣା କରିବା ପାଇଁ ଓ ଅନ୍ୟ ମନ୍ଦ ଉଦେଶ୍ୟ ରଖି ପବିତ୍ର କୋରାନ ବିରୁଦ୍ଧରେ ବିଭ୍ରାନ୍ତିକର ପ୍ରଚାର ଚଳାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାଦ୍ୱାରା କେନ୍ଦ୍ରାପଡା ଅଂଚଳ ସମେତ ସମଗ୍ର ଭାରତବର୍ଷରେ ସାଂପ୍ରଦାୟିକ ସଂହତି ଓ ଭାଇଚାରା ନଷ୍ଟ ହେବାର ସମ୍ଭାବନା ସୃଷ୍ଟିର ଆଶଙ୍କା ସୃଷ୍ଟି ହୋଇଛି । ଏହି ହୀନ କାର୍ଯ୍ୟଦ୍ୱାରା ସମ୍ବିଧାନର ମୌଳିକ ଭାବନା ପ୍ରତି କୁଠାରଘାତ ହେଉଥିବାରୁ ସମ୍ବିଧାନ ବିରୋଧୀ ତଥା ବିଭ୍ରାନ୍ତି ସୃଷ୍ଟିକାରି ୱାସିମ ରିଜୱିଙ୍କୁ ତୁରନ୍ତ ଗିରଫ କରାଯିବା ସହ ତାଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କେନ୍ଦ୍ରାପଡା ମୁସଲିମ ସଂପ୍ରଦାୟ ପକ୍ଷରୁ ମୀର ଆବୁ ଓବେଦା, ହିବଜୁର ରହେମାନ, ସେକ ଲିଆକତ ଅଲ୍ଲୀ, ମୀର ମହମ୍ମଦ ସାବିର, ମହମ୍ମଦ ଆଝାରୁଦ୍ଧିନ, ମୀର ଖଲିବୁଲ୍ଲା, ମୀର ୟାସିର ଆରାଫତ, ମହମ୍ମଦ ନିୟାଜ, ଫରି ଖାନ ପ୍ରମୁଖ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.