Thursday , March 23 2023
Home / ବିଶେଷ / ମେଡିସିନ ଦୋକାନୀଙ୍କ ମୃତୁ୍ୟ

ମେଡିସିନ ଦୋକାନୀଙ୍କ ମୃତୁ୍ୟ

କେନ୍ଦ୍ରାପଡ଼ା,୨୦/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ବଣିଆମାଳ ଗ୍ରାମର ସ୍ୱର୍ଗତ ବାବାଜି ଜଗତିଙ୍କ ପୁଅ ତଥା ମେଡିସିନ ଦୋକାନୀ ଦେବରାଜ ଜଗତି(୪୫)ଙ୍କର ତାଙ୍କ ବଣିଆମାଳସ୍ଥିତ ବାସଭବନରେ ଗତ ଗୁରୁବାର ରାତିରେ  ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ଟାଉନ ଥାନାର ସବଇନିସପେକ୍ଟର କାଦମ୍ବିନୀ ପ୍ରଧାନ ଡାକ୍ତଖାନାରେ ପହଁଚି ମୃତକଙ୍କ ଶବ ଜବତ କରିବା ସହ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏଥିସହିତ ଟାଉନ ଥାନାରେ ଏକ ଅପମୃତ୍ୟୁ କେଶ ୮/୨୦୨୧ରେ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ମୃତକର ଭିସେରା ଭୁବନେଶ୍ୱରସ୍ଥିତ ଫୋରେନସିକ ଲାବରୋଟୋରୀକୁ ପରୀକ୍ଷା ପାଇଁ ପଠାଯାଇଥିବା ଟାଉନ ଥାନା ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.