ବନ୍ଦର ଚିକିତ୍ସାଳୟରେ ୩,୬୩୭ଜଣ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୦୦ଜଣ
ପାରାଦୀପ,୨୦/୦୩/୨୦୨୧(ଓଡ଼ିଶା ସମାଚାର)- ସଂପ୍ରତି ସାରା ରାଜ୍ୟରେ ସରକାରଙ୍କ ପକ୍ଷରୁ ସର୍ବସାଧାରଣଙ୍କୁ କୋଭିଡ୍ ପ୍ରତିରୋଧକ ଟୀକାକରଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜଗତ୍ସିଂହପୁର ଜିଲ୍ଲାର ବନ୍ଦର ସହର ପାରାଦୀପରେ ପ୍ରଶାସନ ପକ୍ଷରୁ ବନ୍ଦର ଚିକିତ୍ସାଳୟ ଓ ଅଡରବାଙ୍କୀସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଦୁଇଟି ସ୍ଥାନରେ ଟୀକାକରଣର ବ୍ୟବସ୍ଥା କରାଯାଉଛି । ପାରାଦୀପ ବନ୍ଦର ଚିକିତ୍ସାଳୟରେ ମାର୍ଚ୍ଚ ୧୯ତାରିଖ ସୁଦ୍ଧା ୩,୬୩୭ଜଣଙ୍କୁ ଟିକାକରଣ କରାଯାଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଡୋଜ୍ ରେ ୧୦୮୩ଜଣ ବୟସ୍କ ବ୍ୟକ୍ତିଙ୍କୁ ଟୀକାକରଣ, ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଦଫାରେ ୨୧୯ଜଣ ଓ ଦ୍ୱିତୀୟ ପାଳିରେ ୧୫୨ଜଣ, ଫ୍ରଲାଇନ୍ ୱାର୍କରଙ୍କୁ ପ୍ରଥମ ଦଫାରେ ୯୧୩ଜଣ ଓ ଦ୍ୱିତୀୟ ଦଫାରେ ୬୩୦ଜଣ ଏବଂ କୋଷ୍ଟଗାର୍ଡଙ୍କୁ ୪୪୮ ଓ ୧୯୨ଜଣଙ୍କୁ ଟୀକାକରଣ କରାଯାଇଥିବା ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ଡା ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ଠାରୁ ସୂଚନା ମିଳିଛି । ସେହିପରି ଅଠରବାଙ୍କୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୬୦ବର୍ଷରୁ ଉଦ୍ଧ୍ୱର୍ ପ୍ରାୟ ୭୦୦ଜଣଙ୍କୁ ଟୀକାକରଣ କରାଯାଇଥିବା ବେଳେ ଏହି ଟୀକାକରଣ ପ୍ରକ୍ରିୟା ଆଗକୁ ଚାଲୁ ରହିବ ବୋଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଡା ବସନ୍ତ କୁମାର ରାଉତ ଜଣାଇଛନ୍ତି । ଓଡ଼ିଶା ସମାଚାର