କେନ୍ଦ୍ରାପଡ଼ା,୨୦/୦୩/୨୦୨୧(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ମହିଳା ମହା ବିଦ୍ୟାଳୟ ରେ ୫୬ ଲକ୍ଷ ଟଙ୍କାର ମହା ଦୁର୍ନ୍ନିତୀ ହୋଇଥିବାରୁ ଏହାର ସ୍ୱତନ୍ତ୍ରର ଅଡିଟ୍ କରାଯିବା ପାଇଁ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାଇ କଲେଜ ପାଣ୍ଠିର ଅସତ ବିନି ଯୋଗ କରାଯାଇ ୫୬ ଲକ୍ଷ ଟଙ୍କା ବିଭିନ୍ନ କାର୍ଯ୍ୟ ନିମନ୍ତେ ଏକା ଧିକଥର କଲେଜ ଆକାଉଣ୍ଟରୁ ଉଠାଯାଇଥିବା ବେଳେ ପ୍ରକୃତରେ ସେହି ସବୁ କାର୍ଯ୍ୟ ହୋଇନଥିବା ଅଭିଯୋଗ ହେଇଛି । ଗତ ୧୯୮୮ ମସିହାରେ ପଟ୍ଟାମୁଣ୍ଡଇ ଅଂଚଳର କେତେକ ବରିଷ୍ଠ ସଚେତନ ନାଗରିକଙ୍କ ପ୍ରଚୋଷ୍ଟାରେ ବାଳିକା ମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ଓ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲି କରିବା ପାଇଁ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ପରବର୍ତି ସମୟରେ ଗତ ୨୦୧୨ ମସିହା ଜୁନ୍ ମାସ ଠାରୁ ୨୦୧୬ ମସିହା ଫେବୁଆରୀ ମାସ ପର୍ଯ୍ୟନ୍ତ କଲେଜର ଅଧ୍ୟକ୍ଷ ପଦ ମଣ୍ଡନ କରିଥିବା ବ୍ୟକ୍ତି ବିଶେଷଙ୍କ ଦ୍ୱାରା କଲେଜ ପାଣ୍ଠିରୁ ୫୬ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଉଠାଯାଇ ତୋଷାର ପାତ କରାଯାଇଥିବା ଅଭିଯୋଗ ହୋଇଛି । ଅଧ୍ୟାପକ, ଅଧ୍ୟାପିକ ଓ ଅଣଶିକ୍ଷା କର୍ମଚାରୀ ମାନଙ୍କୁ ଦରମା ପ୍ରଦାନ ସମୟରେ ୧୮ ଜଣଙ୍କ କ୍ଷେତ୍ରରେ ଏକ ନିର୍ଦ୍ଧିଷ୍ଟ ମାସର ଦରମା ଏକାଧିକ ଥର ପେମେଣ୍ଟ କରାଯାଇଥିବା ଏବଂ କେତେକଙ୍କୁ ଚାକିରୀରେ ଯୋଗଦାନ ପୂର୍ବ ସମୟର ଦରମା ପ୍ରଦାନ କରାଯାଇଥିବା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରୁ ଜଣାପଡିଛି । ଏହି କଲେଜରେ ମୋଟ ୬ଟି ଶ୍ରୋଣୀ ଗୃହ, ଗୋଟିଏ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ଗୋଟିଏ ପାଠାଗାର ଗୃହ, ଦୁଇଟି ଅଫିସ ଗୃହ, ଗୋଟିଏ ଷ୍ଟାଫ କମନ ରୁମ୍ ଓ ଗୋଟିଏ ଲାବ୍ରେଟେରି ଗୃହ ଏପରି ୧୨ ଟି ଗୃହ ଥିବା ବେଳେ ଏହି ଗୃହ ଗୁଡିକର ମରାମତି ପାଇଁ ଗତ ୧୨.୦୯.୨୦୧୨ ଠାରୁ ୧୨.୦୧.୨୦୧୬ରିଖ ମଧ୍ୟରେ ୬ଜଣଙ୍କ ନାମରେ ୧୧ ଲକ୍ଷ ୫୧ ହଜାର ଟଙ୍କା କଲେଜ ଆକାଉଣ୍ଟରୁ ଉଠାଇ ନିଆଯାଇଛି । ସେହିପରି କଲେଜ ପରିସରରେ ବାଲି ଫିଲିଙ୍ଗ ନିମନ୍ତେ ଗତ ୦୫.୧୧.୨୦୧୨ ଠାରୁ ୨୯.୧୧.୨୦୧୪ ମଧ୍ୟରେ ୨ଜଣଙ୍କ ନାମରେ ୧ଲକ୍ଷ ୫ହଜାର ଟଙ୍କା ଅଗ୍ରିମ ପେମେଣ୍ଟ କରାଯାଇଛି । କଲେଜ ଗୃହ ଗୁଡିକର ରଙ୍ଗକରାଯିବା ପାଇଁ ଗତ ୦୩.୧୦.୨୦୧୨ ଠାରୁ ୦୧.୦୯.୨୦୧୫ ମଧ୍ୟରେ ୩ଜଣଙ୍କୁ ୨ଲକ୍ଷ ୩୪ ହଜାର ଟଙ୍କା ଅଗ୍ରିମ ଦିଆଯାଇଥିବା ଦର୍ଶଯାଇଛି । କଲେଜରେ ବିଦୁ୍ୟତ୍ ମରାମତି ଓ ବିଦୁ୍ୟତ୍ ଆସବାବା ପତ୍ର କିଣାଯିବା ପାଇଁ ଗତ ୨୭.୦୯. ୨୦୧୨ ଠାରୁ ୨୮.୧୦.୨୦୧୫ ମଧ୍ୟରେ ୨ଜଣଙ୍କ ନାମରେ ୨୦ହଜାର ୪୨୫ ଟଙ୍କା ଅଗ୍ରିମ ପ୍ରଦାନ କରାଯାଇଛି । ଆଲମିରା କିଣାଯିବା ପାଇଁ ଗତ ୧୧.୦୯.୨୦୧୨ ଠାରୁ ୧୯.୦୮.୨୦୧୫ ମଧ୍ୟରେ ୨ଜଣଙ୍କ ନାମରେ ୧ଲକ୍ଷ ୧୬ହଜାର ୫ଶହ ଟଙ୍କା ଅଗ୍ରିମ ପ୍ରଦାନ କରାଯାଇଛି । ଜେରକ୍ସ ମେସିନ କିଣାଯିବା ପାଇଁ ଗତ ୦୭.୦୮. ୨୦୧୨ରିଖରେ ଏ.କେ. ଧଳଙ୍କୁ ୪୦ହଜାର ଟଙ୍କା ଅଗ୍ରିମ ପ୍ରଦାନ କରାଯାଇଥିବା ବେଳେ କଲେଜରେ କୈାଣସି ଜେରକ୍ସ ମେସିନ ନଥିବାର ସୂଚନା ମିଳିଛି । ନୂତନ କମ୍ପୁ୍ୟଟର କିଣାଯିବା ଓ ମରାମତି ବାବଦରେ ଗତ ୧୧.୦୭.୨୦୧୪ଠାରୁ ୧୧.୦୮.୨୦୧୪ ମଧ୍ୟରେ ୨ଜଣଙ୍କୁ ୧ଲକ୍ଷ ୨୪ହଜାର ୨ଶହ ଟଙ୍କା ଅଭ୍ରିମ ଆକାରରେ ପ୍ରଦାନ କରାଯାଇଛି । କଲେଜରେ ଗ୍ରିଲ ଗେଟ୍ ଲଗାଯିବା ପାଇଁ ଗତ ୧୪.୦୯.୨୦୧୫ ରିଖରେ ମନୋଜ ଦାସଙ୍କୁ ୧୫ହଜାର ଟଙ୍କା ଅଗ୍ରିମ ଦିଆଯାଇଛି । ଲ୍ୟାବ ଇକୁ୍ୟପମେଣ୍ଟ କିଣିବା ପାଇଁ ମନେଜ କୁମାର ରାଉତଙ୍କୁ ଗତ୧୨.୦୮.୨୦୧୪ଠାରୁ ୨୨.୦୭.୨୦୧୫ ମଧ୍ୟରେ ୩ଲକ୍ଷ ୧୫ ହଜାର ଟଙ୍କା ଅଗ୍ରିମ ଆକାରରେ ଦିଆଯାଇଛି । କଲେଜ ଆଇରନ ଚେଷ୍ଟ କିଣାଯିବା ପାଇଁ ଗତ ୧୪.୦୨.୨୦୧୩ ରିଖରେ ଏସ. ଲେଙ୍କାଙ୍କୁ ୨୫ହଜାର ଟଙ୍କା ଅଗ୍ରିମ ଦିଆଯାଇଛି । ନେମ ପ୍ଲେଟ ପାଇଁ ଗତ ୨୩.୦୯.୨୦୧୫ ରିଖରେ ମନୋଜ ଦାସଙ୍କୁ ୧୧ ହଜାର ଟଙ୍କା ଅଗ୍ରିମ ଦିଆଯାଇଛି । ଏହାବ୍ୟତିତ କୌଣସି ନିର୍ଦ୍ଧିଷ୍ଟ କାର୍ଯ୍ୟ ଦର୍ଶାନଯାଇ କେବଳ ଅଗ୍ରିମ ଆକାରରେ ୫ଜଣଙ୍କ ନାମରେ ଗତ ୦୪.୦୮.୨୦୧୨ ଠାରୁ ୧୫.୧୨.୨୦୧୫ ମଧ୍ୟରେ ୯ଲକ୍ଷ ୪୩ ହଜାର ୪୭୭ ଟଙ୍କା ପେମେଣ୍ଟ କରାଯାଇଥିବା ଦର୍ଶାଯାଇଛି । ଏହିଭଳି ଭାବରେ କଲେଜ ପାଣ୍ଠିରୁ ୫୬ ଲକ୍ଷରୁ ଉର୍ଦ୍ଧ ଟଙ୍କା ଅଗ୍ରିମ ଆକାରରେ ଉଠାଇ ନିଆଯାଇଥିବା ସୂଚନା ଅଧିକାର ଆଇନ ବଳରେ କଲେଜରୁ ମିଳିଥିବା ତଥ୍ୟରୁ ଜଣାପଡିଛି । ଏହି ମହାଦୁର୍ନ୍ନିତୀର ଏକ ସ୍ୱତନ୍ତ୍ର ଅଡିଟ କରାଯିବାକୁ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଚନ୍ଦ୍ରଶେଖର ରାଉତ, ସବିତା ପାତ୍ର,ରାମେଶ୍ୱର ଲେଙ୍କା ଭରତ ମଳିକ, ବବିତା ସେଠୀ,ଗୁରୁଚରଣ ସାହୁ ,ପଙ୍କଜ ନନ୍ଦୀ ,ନିରୁପମା ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ମହା ଦୁର୍ନ୍ନିତୀର ସ୍ୱତନ୍ତ୍ର ଅଡିଟ କରାଗଲେ ଆହୁରି ଅନେକ ଲୁକାୟିତ ଘେଟାଲା ଲେକଲେଚନକୁ ଆସିପାରିବ ବୋଲି ଅଭିଯୋଗ କାରି ମାନେ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର