Tuesday , March 28 2023
Breaking News
Home / ବିଶେଷ / ପକ୍ଷାଘାତ ରୋଗରେ ପିଡିତ ସଖିବଟର ମହନ୍ତ ସଦାନନ୍ଦ ଦାସଙ୍କୁ ଉନ୍ନୟନ ପରିଷଦ ଦେଖାଶୁଣା କରୁନଥିବା ମହନ୍ତଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ

ପକ୍ଷାଘାତ ରୋଗରେ ପିଡିତ ସଖିବଟର ମହନ୍ତ ସଦାନନ୍ଦ ଦାସଙ୍କୁ ଉନ୍ନୟନ ପରିଷଦ ଦେଖାଶୁଣା କରୁନଥିବା ମହନ୍ତଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, ୨୦/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ସଖିବଟର ମହନ୍ତ ୮୦ବର୍ଷ ବୟସର ସଦାନନ୍ଦ ଦାସ ପ୍ରାୟ ୫୦ବର୍ଷ ଧରି ସଖିବଟର ପରିଚାଳନା କରିଆସିଥିବା ବେଳେ ସେ ପକ୍ଷାଘାତ ରୋଗରେ ପିଡିତ ହୋଇପଡିଛନ୍ତି । ଆଜକୁ ପ୍ରାୟ ୧୮ବର୍ଷ ହେବ ସଖିବଟ ଉନ୍ନୟନ ପରିଷଦ ନାମକ ଏକ କମିଟି ଗଠନ କରାଯାଇ କାର୍ଯ୍ୟ କରୁଛି । କିନ୍ତୁ ସେହି କମିଟି ପକ୍ଷାଘାତ ରୋଗରେ ପିଡିତ ହୋଇ ଚଳପ୍ରଚଳ କରିପାରୁନଥିବା ମହନ୍ତ ଶ୍ରୀ ଦାସଙ୍କ ଦେଖାଶୁଣା କରୁନଥିବା ମହନ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଯେଉଁମାନେ ମହନ୍ତଙ୍କ ଦେଖାଶୁଣା ଓ ସେବା କରୁଛନ୍ତି ସେମାନଙ୍କୁ କମିଟି ଖର୍ଚ୍ଚ ଦେଉନଥିବା ଅଭିଯୋଗ ହୋଇଛି । ମହନ୍ତଙ୍କ ନାମରେ କମିଟି ୧୦ହଜାର ଟଙ୍କା ରଖିଥିଲେବି ମହନ୍ତଙ୍କୁ ସେହି ଅର୍ଥ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ମହନ୍ତଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ଆର୍ଥିକ ସହାୟତା ତାଙ୍କୁ ଯୋଗାଇ ଦେବାକୁ ମହନ୍ତ ଶ୍ରୀ ଦାସ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.