Saturday , April 1 2023
Breaking News
Home / ବିଶେଷ /   ଟିପିସିଡିଏଲର ଡିଭିଜନାଲ ମ୍ୟାନେଜରଙ୍କ ସହ ଶ୍ରମିକନେତାଙ୍କ ଆଲୋଚନା

  ଟିପିସିଡିଏଲର ଡିଭିଜନାଲ ମ୍ୟାନେଜରଙ୍କ ସହ ଶ୍ରମିକନେତାଙ୍କ ଆଲୋଚନା

କେନ୍ଦ୍ରାପଡା,୨୦/୦୩/୨୦୨୧(ଓଡ଼ିଶା ସମାଚାର)- ମୃତ ଶ୍ରମିକଙ୍କ ଜଣେ ଉତରାଧିକାରୀଙ୍କୁ ଚାକିରୀ ପ୍ରଦାନ ପାଇଁ କେନ୍ଦ୍ରାପଡା ଟିପିସିଡିଏଲର ଡିଭିଜନାଲ ମ୍ୟାନେଜରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ତାଙ୍କ ସହିତ ବିଶିଷ୍ଟ ଶ୍ରମିକ ନେତା ତଥା ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠି ଆଲୋଚନା କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ରାଜକନିକା ଥାନା ଅଧିନ ବରୁଣା ଗ୍ରାମର ଟିପିସିଡିଏଲ ବିଭାଗର (ବିଦୁ୍ୟତ)ଶ୍ରମିକଙ୍କର ଗତ ୨୦୧୯ମସିହା ନଭେମ୍ବରମାସ ୨୨ତାରିଖରେ କାର୍ଯ୍ୟରତ ଅବସ୍ଥାରେ ବିଦୁ୍ୟତ ଦୂର୍ଘଟଣାରେ ମୃତୁ୍ୟ ହୋଇଯାଇଥିଲା । ସଂପୃକ୍ତ ମୃତ ଶ୍ରମିକଙ୍କ ମୃୁତୁ୍ୟକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତେଜନା ଓ ଜନଅସନ୍ତୋଷ ପ୍ରକାଶ ପାଇବା ସହ ତାଙ୍କ ପରିବାରକୁ କ୍ଷତିପୁରଣ ଏବଂ ତାଙ୍କର ଜଣେ ଉତରାଧିକାରୀଙ୍କୁ ଚାକିରୀ ପ୍ରଦାନ କରାଯିବା ଦାବି କରାଯାଇ ରାସ୍ତାରୋକ କରାଯାଇଥିଲା । ବିଭାଗୀୟ କର୍ତୃପକ୍ଷ ସେଥିପାଇଁ ପ୍ରତିଶୃତି ଦେଇଥିଲେ ବି ତାହା ପୁରଣ ହୋଇନଥିଲା । ମୃତ ଶ୍ରମିକଙ୍କ ବିଧବା ପତ୍ନୀ ସନ୍ଧ୍ୟାରାଣୀ ବେହେରା ଓ ତାଙ୍କ ଝିଅ ଋତୁପୂର୍ଣ୍ଣା ବେହେରାଙ୍କୁ ସଙ୍ଗରେ ଆଣି ଶ୍ରମିକ ନେତା ଶ୍ରୀ ତ୍ରିପାଠୀ ଟିପିସିଡିଏଲର ଡିଭିଜନାଲ ମ୍ୟାନେଜର ସସମିତ ଦାସଙ୍କ ସହିତ ଆଲୋଚନା କରିବା ସହ ମୃତ ଶ୍ରମିକ ସ୍ୱର୍ଗତ ବେହେରାଙ୍କ ଝିଅକୁ ଅନୁକମ୍ପାମୂଳକ ଚାକିରୀ ପ୍ରଦାନ କରାଯିବାକୁ ନିବେଦନ କରିଥିଲେ । ଟିପିସିଡିଏଲର ଡିଭିଜନାଲ ମ୍ୟାନେଜର ଶ୍ରୀ ଦାସ ଶ୍ରମିକନେତା ଶ୍ରୀ ତ୍ରିପାଠୀଙ୍କ ଆପତିକୁ ସହୃଦୟାତର ସହ ଶୁଣିବା ସହିତ ଖୁବଶୀଘ୍ର ଆପତିର ବିଚାର କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.