କଟକ,୨୦/୦୩/୨୦୨୧(ଓଡ଼ିଶା ସମାଚାର)- କଟକ ର ନିର୍ଦ୍ଧିଷ୍ଟ ଘରୋଇ ଶିକ୍ଷାନୁଷ୍ଠାନ ରୁ ପୁଣି ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସେହି ନିର୍ଦ୍ଧିଷ୍ଟ ଘରୋଇ ଶିକ୍ଷାନୁଷ୍ଠାନର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ କୁ ବୃଦ୍ଧି ପାଇଛି । ସ୍କୁଲ କର୍ତୃପକ୍ଷ ସ୍କୁଲ କୁ ୧୦ ଦିନ ଛୁଟି କରିଦେଇଛନ୍ତି । ଏତେ ସଂଖ୍ୟକ ଆକ୍ରାନ୍ତ ଗୋଟିଏ ସ୍ଥାନରୁ ଚିହ୍ନଟ ହେବା ପରେ ତାହା ଚିନ୍ତା ବଢ଼ାଇ ଦେଇଛି । ଓଡ଼ିଶା ସମାଚାର