ସାଲେପୁର,୧୯/୩/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ବିଦ୍ୟୁତ ଡିଭିଜନ ଅଧିନ ନିଶ୍ଚିନ୍ତକୋଇଲି ବିଦ୍ୟୁତ ଉପଖଣ୍ଡ ଓରିକଣ୍ଟା ସେକ୍ସନ ପକ୍ଷରୁ ଗୋପିନାଥପୁର କ୍ୟାମ୍ପ୍ ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମରେ ଘରକୁ ଘର ବୁଲି ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରାଯାଇଛି। ଏହି କାର୍ୟ୍ୟକ୍ରମରେ ବିଭାଗିୟ ଅଧିକାରୀ ଓ କର୍ମଚାରୀ ମାନେ ଘରକୁ ଘର ବୁଲି ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରିଥିଲେ। ଏହି କାର୍ୟ୍ୟକ୍ରମରେ ଓରିକଣ୍ଟା କନିଷ୍ଠ ଯନ୍ତ୍ରୀ ଦିଗମ୍ବର ମଲ ଓ ଗୋପିନାଥପୁର ର ଲାଇନ୍ ମ୍ୟାନ୍ ଜ୍ଞାନରଞ୍ଜନ ବେହେରା ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ବିଶ୍ଵ ସୁନ୍ଦର ସାହୁ, ଦେବାଶିଷ ଷଢଙ୍ଗୀ, ଅଚ୍ୟୁତାନନ୍ଦ ମଲ, ସୁବାସ ନାୟକ ,ସରୋଜ ସେଠି, ଦେବାଶିଷ ବାରିକ, ମନୋରଞ୍ଜନ ପ୍ରଧାନ,ରାଜିବ କୁମାର ପରିଡ଼ା ପ୍ରମୁଖ ୩.୫୬.୦୦୦ ଟଙ୍କା ଆଦାୟ କରିଥିଲେ। ସାଲେପୁର ଡିଭିଜନ ମ୍ୟାନେଜର ଇଂ ପବିତ୍ର କୁମାର ଜେନା ଉପସ୍ଥିତ ରହି ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଓଡିଶା ସମାଚାର