ଭୁବନେଶ୍ୱର, ୧୯/୦୩/୨୦୨୧(ଓଡ଼ିଶା ସମାଚାର)-ସ୍ବରେଜ ଟାଙ୍କି ସଫା କଲା ବେଳେ ଏକ ଅଭାବନୀୟ ଘଟଣା ଘଟିଛି । ଭୁବନେଶ୍ବରସ୍ଥିତ ବଡଗଡ ଥାନା ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଶ୍ବାସରୁଦ୍ଧ ହୋଇ ଟାଙ୍କି ଭିତରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ।
ପ୍ରାପ୍ତ ସୂଚନା ଅନୁସାରେ, ଭୁବନେଶ୍ବର ବଡଗଡ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ସ୍ବରେଜ ଟାଙ୍କି ସଫା କଲା ବେଳେ ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଓଡ଼ିଶା ସମାଚାର