ଭୁବନେଶ୍ୱର, ୧୯/୦୩/୨୦୨୧(ଓଡ଼ିଶା ସମାଚାର)- ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ଓଡ଼ିଶା ଷ୍ଟେଟ୍ ସେଫ୍ଟି କନକ୍ଲେଭ୍-୨୦୨୦ରେ ୩ଟି ପୁରସ୍କାର ହାସଲ କରିଛି । ୨୦୧୯ରେ ସୁରକ୍ଷା କ୍ଷେତ୍ରରେ ବେଦାନ୍ତର ଉଲ୍ଲେଖନୀୟ ଅବଦାନ ପାଇଁ ୩ଟି କଳିଙ୍ଗ ସେଫ୍ଟି ଏକ୍ସଲେନ୍ସ୍ ଆୱାର୍ଡ ପ୍ରଦାନ କରାଯାଇଛି ।
ବେଦାନ୍ତର ଝାରସୁଗୁଡ଼ା ୟୁନିଟ୍ କୁ ଏହାର ଥର୍ମାଲ୍ ପାୱାର ପ୍ଳାଂଟ୍ ରେ ସୁରକ୍ଷା ପ୍ରଦର୍ଶନ ପାଇଁ ଗୋଲ୍ଡ ଆୱାର୍ଡ ମିଳିଛି । ସେହିପରି ଏହାର ସ୍ମେଲଟର ଏବଂ କ୍ୟାପ୍ଟିଭ୍ ପାୱାର ପ୍ଲାଂଟ୍ ପାଇଁ ବ୍ରୋଞ୍ଜ୍ ଆୱାର୍ଡ ପ୍ରଦାନ କରାଯାଇଛି ।
ସେହିପରି ବେଦାନ୍ତର ଲାଞ୍ଜିଗଡ଼ ୟୁନିଟ୍ କୁ ଏହାର ଆଲୁମିନା ରିଫାଇନାରୀରେ ସୁରକ୍ଷା ପ୍ରଦର୍ଶନ ଲାଗି ଗୋଲ୍ଡ ଆୱାର୍ଡ ପ୍ରଦାନ କରାଯାଇଛି ।
କଳିଙ୍ଗ ସେଫ୍ଟି ଆୱାର୍ଡ ସୁରକ୍ଷା କ୍ଷେତ୍ରରେ ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର । ଏହା ଶିଳ୍ପ କ୍ଷେତ୍ରରେ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନକରେ ।
ବେଦାନ୍ତ ଓଡ଼ିଶାରେ ଥିବା ନିଜର ପ୍ଲାଂଟ ରେ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ କରାଇବା ଲାଗି ନିରନ୍ତର ପ୍ରୟାସ ଜାରି ରଖିଛି । ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ବେଦାନ୍ତର ଉଭୟ ୟୁନିଟ୍ ର କର୍ମଚାରୀଙ୍କୁ ଜିରୋ ହାର୍ମ ପାଇଁ ଶୁଭେଚ୍ଛା ଜଣାଇ ବେଦାନ୍ତ ଲିମିଟେଡର ବେଦାନ୍ତ ଆଲୁମିନିୟମ୍ ବିଜନେସ୍, ଡେପୁଟି ସିଇଓ ରାହୁଲ ଶର୍ମା କହିଲେ, କଳିଙ୍ଗ ସେଫ୍ଟି ଏକ୍ସଲେନ୍ସ ଆୱାର୍ଡ ଆମର କାର୍ଯ୍ୟକ୍ଷେତ୍ରରେ ରହିଥିବା ସୁରକ୍ଷା ବ୍ୟବସ୍ଥା ଏବଂ ଜିରୋ ହାର୍ମ ଲକ୍ଷ୍ୟକୁ ସୂଚିତ କରୁଛି । ଏନେଇ ଆମେ ନିରନ୍ତର ପ୍ରୟାସ ଜାରି ରଖିଛୁ । ଶ୍ରେଷ୍ଠତମ ବିଶ୍ୱସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରାଇବା ଲକ୍ଷ୍ୟ ନେଇ ଆମେ କାର୍ଯ୍ୟ କରୁଛୁ । ଏହାଦ୍ୱାରା ଆମେ କର୍ମଚାରୀଙ୍କ ପାଇଁ କଲଚର ଅଫ୍ କେୟାରକୁ ଆମେ ସୁନିଶ୍ଚିତ କରାଇପାରିଛୁ ।
ଏହି ଅବସରରେ କଳାହାଣ୍ଡି ଜୋନ୍ ର ଫ୍ୟାକ୍ଟ୍ରି ଏବଂ ବଏଲରର୍ସର ସହକାରୀ ନିର୍ଦ୍ଧେଶକ ଇଂ. ଚନ୍ଦ୍ର ଶେଖର ବେହେରା କହିଲେ, ବେଦାନ୍ତ ସୁରକ୍ଷା ବ୍ୟବସ୍ଥା, ପରିବେଶୀୟ ସୁରକ୍ଷା ପ୍ରଣାଳୀ ଏବଂ ଅପରେଟିଂ କ୍ଷେତ୍ରରେ ସୁରକ୍ଷା ସହିତ ଏହାର ପ୍ଲାଂଟ୍ ରେ ସବୁବେଳେ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରିଥାଏ । ଓଡ଼ିଶା ସରକାରଙ୍କ ଫ୍ୟାକ୍ଟ୍ରି ଏବଂ ବଏଲରର୍ସ ମହାନିର୍ଦ୍ଧେଶାଳୟ ପକ୍ଷରୁ ଷ୍ଟେଟ୍ ସେଫ୍ଟି ଆୱାର୍ଡ ସହିତ ଅନ୍ୟାନ୍ୟ ପୁରସ୍କାର କମ୍ପାନୀର ଶ୍ରେଷ୍ଠ ସୁରକ୍ଷା ବ୍ୟବସ୍ଥାକୁ ସୂଚିତ କରୁଛି । ୫୦ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ଶ୍ରୀ ବେହେରା ବେଦାନ୍ତ ଳାଞ୍ଜିଗଡ଼ର କର୍ମଚାରୀଙ୍କୁ ମଧ୍ୟ ଏକ ୱେବନାର ମାଧ୍ୟମରେ ସେମାନେ ପାଳନ କରୁଥିବା ସୁରକ୍ଷା ପ୍ରଣାଳୀକୁ ସ୍ୱାଗତ କରିଛନ୍ତି ।
ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରାଇବା ପାଇଁ ବେଦାନ୍ତ ପକ୍ଷରୁ ନିୟମିତ ସୁରକ୍ଷା ଆଲୋଚନା, ତାଲିମ, ସଚେତନତା ଅଭିଯାନ, ଜରୁରୀକାଳୀନ ପ୍ରସ୍ତୁତି ଉପରେ ନିରନ୍ତର ଗୁରୁତ୍ୱାରୋପ କରାଯାଇଥାଏ । ସେହିପରି କର୍ମଚାରୀଙ୍କ ସୁସ୍ୱାସ୍ଥ୍ୟ ପାଇଁ ନିୟମିତ ସ୍ୱାସ୍ଥ୍ୟ ଯାଂଚ୍ ଏବଂ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ସୁରକ୍ଷା ଏବଂ ଉପଯୋଗୀ ପରିବେଶ ଲାଗି ବେଦାନ୍ତ ପକ୍ଷରୁ ବାୟୁର ଗୁଣବତାରେ ସୁଧାର, କଠିନ ବର୍ଜ୍ୟ ଏବଂ ବର୍ଜ୍ୟ ଜଳ ପରିଚାଳନା ପ୍ରଣାଳୀ ଉପରେ କାର୍ଯ୍ୟ ଜାରି ରହିଛି ।
ସୂଚନାଯୋଗ୍ୟ ବେଦାନ୍ତ ଆଲମିନିୟମ୍ ଏବଂ ପାୱାର ବେଦାନ୍ତଲିମିଟେଡ୍ ର ଅଂଶ ବିଶେଷ । ଏହା ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ । ଏହା ଭାରତରେ ଉତ୍ପାଦିତ ହେଉଥିବା ପ୍ରାୟ ଅଧା ଆଲୁମିନିୟମ୍ ଉତ୍ପାଦନ କରିଥାଏ । ଯାହାକି ୨୦୨୦ ଆର୍ଥିକ ବର୍ଷରେ ୧.୯ ନିୟୁତ ଟନ୍ରେ ପହଂଚିଥିଲା । ଏହା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦ ଦେଶର ପ୍ରମୁଖ ଶିଳ୍ପ ପାଇଁ ପ୍ରସ୍ତୁତ କରିଥାଏ । ଭାରତବ୍ୟାପୀ ଏହାର ବିଶ୍ୱସ୍ତରୀୟ ସ୍ମେଲଟର, ପାୱାର ପ୍ଲାଂଟ୍ ଏବଂ ଆଲୁମିନା ରିଫାଇନାରୀ ରହିଛି । ଆଲୁମିନିୟମ୍ କୁ ଭବିଷ୍ୟତର ମେଟାଲ ଭାବେ ପ୍ରତିପାଦିତ କରି ଏକ ଗ୍ରୀନର ଟୁମୋରୋ ପାଇଁ ବେଦାନ୍ତ ପ୍ରୟାସ ଜାରି ରଖିଛି । ଓଡ଼ିଶା ସମାଚାର