Saturday , April 1 2023
Breaking News
Home / ବିଶେଷ / ବାଲିଗୁଡା ସିଆରପିଏଫ କ୍ୟାମ୍ପରେ ୮୨ତମ ବାର୍ଷିକ ଉତ୍ସବ ପାଳିତ :ଦେଶରେ ଶାନ୍ତି ଓ ଅଖଣ୍ଡତା ବଜାୟ ରଖିବାକୁ କମାଡେଣ୍ଟଙ୍କ ଆହ୍ୱାନ 

ବାଲିଗୁଡା ସିଆରପିଏଫ କ୍ୟାମ୍ପରେ ୮୨ତମ ବାର୍ଷିକ ଉତ୍ସବ ପାଳିତ :ଦେଶରେ ଶାନ୍ତି ଓ ଅଖଣ୍ଡତା ବଜାୟ ରଖିବାକୁ କମାଡେଣ୍ଟଙ୍କ ଆହ୍ୱାନ 

ବାଲିଗୁଡା, ୧୯/୦୩/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ୮୨ତମ ବାର୍ଷିକ ଉତ୍ସବ କ୍ୟାମ୍ପ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି  ।  କନ୍ଧମାଳ ଜିଲ୍ଲା ବାଲିଗୁଡା  ରେ ଥିବା  ୧୨୭ ବାଟାଲିୟନର କମାଡେଣ୍ଟ ଆନନ୍ଦ ଝା ଏବଂ ସେକେଣ୍ଡ କମାଡେଣ୍ଟ ସୁଖବୀର ସିଂ ଓ ଆସିଷ୍ଟାଣ୍ଟ କମାଡେଣ୍ଟ ସୋମଜୀତ ଭକତ ପ୍ରମୁଖଙ୍କ ଉପସ୍ଥିତରେ ଏକ ସଭାର ଆୟୋଜନ ହୋଇଥିଲା  । ଏଥିରେ କମାଡେଣ୍ଟ ଶ୍ରୀ ଝା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ପ୍ରଥମେ ସିଆରପିଏଫର ଶହୀଦ ହୋଇଥିବା ଜବାନ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା ପରେ ଶ୍ରଦ୍ଧାଞ୍ଜଳି ସହ ସଲାମୀ ନେଇଥିଲେ  । ଏହି ଅବସରରେ ଆୟୋଜିତ ସଭାରେ କମାଡେଣ୍ଟ ଗଣ ଉପସ୍ଥିତ ରହି ଶହୀଦ ଜବାନ ମାନଙ୍କୁ ସମ୍ଭୋଧିତ କରି ଦେଶରେ ଶାନ୍ତି ଓ ଏକତା ବଜାୟ ରଖିବା ସହ ସିଆରପିଏଫର ୮୨ ବର୍ଷ ମଧ୍ୟରେ ଥିବା ଇତିହାସକୁ ସଂକ୍ଷେପରେ ବର୍ଣ୍ଣନା କରି ସଦା ସର୍ବଦା ଭାରତ ବର୍ଷର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଉପସ୍ଥିତ ଜବାନ ମାନଙ୍କୁ ଆହ୍ୱାନ କରିଥିଲେ  । ଓଡିଶା ସମାଚାର

Leave a Reply

Your email address will not be published.