Monday , March 20 2023
Breaking News
Home / ବିଶେଷ / ତୁଳସୀ କଲଚରାଲ ଆସୋସିଏସନ୍  ର ଦୁଇଦିନିଆ ନାଟୋତ୍ସବ

ତୁଳସୀ କଲଚରାଲ ଆସୋସିଏସନ୍  ର ଦୁଇଦିନିଆ ନାଟୋତ୍ସବ

କେନ୍ଦ୍ରାପଡା,୧୯/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ତୁଳସୀ କଲଚରାଲ ଆସୋସିଏସନ୍ ତରଫରୁ ଦୁଇ ଦିନିଆ ନାଟୋତ୍ସବ ଆସନ୍ତା ୨୨ ଓ ୨୩ତାରିଖରେ ଅନୁଷ୍ଠିତ ହେବ । ଏହି ଉତ୍ସବ ସହରର ଗଣାମାହାଲସ୍ଥିତ ବାଲାବାବା ଓ ବିନୋଦ ବିହାରୀ ଜୀଉ ମନ୍ଦିର ପ୍ରାଙ୍ଗଣରେ ଦୁଇଦିନ ଧରି ଅନୁଷ୍ଠିତ ହେବ । ଏହି ଉତ୍ସବରେ କେନ୍ଦ୍ରାପଡାର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ ବୋଲି ଅନୁଷ୍ଠାନର ସମ୍ପାଦକ କୈଳାସ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି । ୨୨ତାରିଖ ଦିନ ଡଃ ରାମଚନ୍ଦ୍ର ବେହେରାଙ୍କ ଲୋକପ୍ରିୟ ନାଟକ “ଅସ୍ଥାୟୀ ଠିକଣା” ମଂଚସ୍ଥ ହେବ । ୨୩ ତାରିଖ ଦ୍ୱିତୀୟ ଦିବସରେ ଶଙ୍କର ତ୍ରିପାଠୀଙ୍କ ରଚିତ ନାଟକ “ଗାନ୍ଧୀଙ୍କ ଓଡିଶା” ମଂଚସ୍ଥ ହେବ । କେନ୍ଦ୍ରାପଡା ଜିଲ୍ଲାର ନାଟ୍ୟ ପ୍ରେମୀମାନେ ଏହି ଦୁଇ ଦିନିଆ ନାଟୋତ୍ସବରେ ବହୁ ସଂଖ୍ୟାରେ ଯୋଗଦେବା ନିମନ୍ତେ ଅନୁଷ୍ଠାନର ସମ୍ପାଦକ କୈଳାସ ଚନ୍ଦ୍ର ମହାନ୍ତି ନିବେଦନ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.