କେନ୍ଦ୍ରାପଡା,୧୯/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଜମାତ-ଏ-ଅହଲେ ସୁନ୍ନତର ଅନୁଗାମୀ ତଥା ତନ୍ଜିମ୍-ଉଲ-ଉଲେମାର ମୁସଲମାନ ସଙ୍ଗଠନର ସଭ୍ୟମାନେ ସମ୍ପ୍ରତି ସିହା ୱାକଫ ବୋର୍ଡର ପୁର୍ବତନ ଅଧ୍ୟକ୍ଷ ୱାସିମ୍ ରିଜଭି କୋରାନର କେତେକ ଆୟତକୁ ବାଦ ଦେବା ପାଇଁ ମାନ୍ୟବର ସୁପ୍ରିମ କୋର୍ଟରେ ପିଟିସନ ଦାଖଲ କରିବା ଓ ଏ ସମ୍ପର୍କିତ ବିଭ୍ରାନ୍ତିକର ବୟାନ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,କେନ୍ଦ୍ର ଗୃହମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ । ସମଗ୍ର ପୃଥିବିରେ ଏକ ପ୍ରକାର ଓ ଅଦ୍ୱିତୀୟ କୁରାନ ଗତ ୧୪ ଶହରୁ ଉର୍ଦ୍ଧ ବର୍ଷ ଧରି ପ୍ରଚଳିତ । ଏହା ଶାନ୍ତି ମୈତ୍ରୀର ବାର୍ତା ପ୍ରଚାର କରିଥାଏ । ଆଲ୍ଲା ନିଜେ ଦେବଦୁତ ଜିଲ୍ଲାପାଳଙ୍କ ମାଧ୍ୟମରେ ବିଭିନ୍ନ ସମୟ ଓ ପରିସ୍ଥିତିରେ ହଜରତ ମହମ୍ମଦଙ୍କୁ କୋରାନର ବାର୍ତମାନ ପ୍ରକଟ କରିଥିଲେ । ରିଜଭି ଜଣେ ଇସଲାମୀୟ ବିଦ୍ୱାନ ନୁହେଁ । ସେ ତାଙ୍କ ବିରୁଦ୍ଧରେ ଚାଲିଥିବା ସି.ବି.ଆଇ ଅନୁସନ୍ଧାନକୁ ବାଟବଣା କରିବା ପାଇଁ ବା ଅନ୍ୟ କୌଣସି ମନ୍ଦ ଉଦ୍ଧେଶ୍ୟ ରଖି ପବିତ୍ର କୋରାନ ବିରୁଦ୍ଧରେ ବିଭ୍ରାନ୍ତିକର ପ୍ରଚାର ଚଳାଇଛନ୍ତି । ଏହାଦ୍ୱାରା ଆମ ଅଂଚଳ ତଥା ସମଗ୍ର ଭାରତର ସାମ୍ପ୍ରଦାୟିକ ସଂହତି ଓ ଭାଇଚାରା ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତାଙ୍କର ଏହି ହୀନ କାର୍ଯ୍ୟ ସମ୍ବିଧାନର ମୌଳିକ ଭାବନା ପ୍ରତି କୁଠାରାଘାତ ଅଟେ ବୋଲି ସଂଗଠନ ପକ୍ଷରୁ ତୀବ୍ର ବିରୋଦ୍ଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୌଲାନା ଆଜମାତୁଲ୍ଲାହା ହସମତି,ମୁଫିତ ମୁସରଫ୍ ରଜା ମିସବାହି,ମୌଲାନା ଜାକିର ହୁସେନ,ମୌଲାନା ଖୁସରିଦ ଅନୱର, ମୌଲାନା ତବରେଜ ଆଲାମ ମିସବାହୀ,ହାଫିଜ କମାଲ ଉଦ୍ଧିନ ହବିନି, ମୌଲାନା ଫଖରୁଦ୍ଧିନ ଆସି,ମୌଲାନା ଫୁରକାନ ଆଲାମ୍, ମୌଲାନା ଜାହିଦ ଗୌସି, ଜାଫିଜ୍ ସିରାଜ ସାହେବ, ପିସ୍ ମେମ୍ବର ମୁକ୍ତାର ଖାଁ, ସଂଖ୍ୟାଲଘୁ ସଭାପତି ଶେଖ୍ ଚନ୍ଦନ, ସୟଦ୍ ମୁକ୍ତାର ଅଲ୍ଲୀ, ସୟଦ ମୁସ୍ତାକ ଅଲ୍ଲୀ, ସୁଦ ନୁରୁଦ୍ଧିନ, ଗୟାସଉଦ୍ଧିନ ଖାଁ, ଶେଖ ସବିର ହୁସେନ୍, ନୱାଜ ଖାଁ, ଶେଖ୍ ଗୟାସଉଦ୍ଧିନ, ଶେଖ ଫୟାଜଉଦ୍ଧିନ, ଶେଖ ବାବୁଲି । ଓଡ଼ିଶା ସମାଚାର