କେନ୍ଦ୍ରାପଡା,୧୯/୦୩/୨୦୨୧(ଓଡ଼ିଶା ସମାଚାର)- ଚଲିତ ମାର୍ଚ୍ଚ ମାସ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଚାଲିଥିବା ଜାମିନ୍ ବିହିନ ୱାରେଂଟିଙ୍କୁ ଗିରଫ କରିବା ସ୍ପେସାଲ ଡ୍ରାଇଭିରେ କେନ୍ଦ୍ରାପଡା ଜିଲ୍ଲା ୩୦୭ଟି ଜାମିନ୍ ବିହିନ ୱାରେଂଟ ଜାରି କରି ରାଜ୍ୟରେ ୨ୟ ସ୍ଥାନ ଅଧିକାର କରିଛି । ସେହିପରି କେନ୍ଦ୍ରାପଡା ପୋଲିସ ଜିଲ୍ଲାର ପଟ୍ଟାମୁଣ୍ଡାଇ ପୋଲିସ ଉପଖଣ୍ଡ ଅଧିନ ତାଳଚୁଆ ସାମୁଦ୍ରିକ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଶ୍ରୀକାନ୍ତ ବାରିକ ଜିଲ୍ଲାର ସର୍ବାଧିକ୨୩ଟି ୱାରେଂଟ ଯାରି କରିବା ସହିତ ସେଥି ମଧ୍ୟରୁ ୧୯ଜଣ ୱାରେଂଟିକୁ ଗିରଫ କରି କୋର୍ଟ ଚାଳଣ କରିଛନ୍ତି । ଶ୍ରୀ ବାରିକଙ୍କ ଏହି ସଫଳ ପଦକ୍ଷପ ପାଇଁ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡକର ଶ୍ରୀ ବାରିକଙ୍କୁ ପ୍ରଶଂସା କରିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର