କିଶନନଗର,୧୯/୩/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – କିଶନନଗର ବିଶ୍ଵାଳପଡ଼ା ଶୀତଳ ଭଣ୍ଡାର ରୁ ଗ୍ୟାସ୍ ଲିକ ଯୋଗୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଗ୍ୟାସ୍ କୁ ଆୟତ କରିବା ପାଇଁ ୫ ଗୋଟି ଦମକଳ ଗାଡ଼ି ସହ କିଶନନଗର ପୋଲିସ ଉପସ୍ଥିତ ଥିବା ଜଣାପଡ଼ିଛି । ପୁର୍ବରୁ ମଧ୍ୟ ଏପରି ଅନେକ ବାର ଗ୍ୟାସ ଲିକ ହୋଇ ବିଭିନ୍ନ ସମସ୍ୟା ର ସମ୍ମୁଖିନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଅନେକ ଥର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ । ଅପର ପକ୍ଷେ ଏହି ଗ୍ୟାସ ଯୋଗୁ କୌଣସି କ୍ଷତି ହୋଇନାହି ବରଂ ଏହା ସାମାନ୍ୟ ତ୍ରୁଟି ବୋଲି କହିଛନ୍ତି ଷ୍ଟୋର କର୍ତ୍ତୃପକ୍ଷ । ଏହା ଆଜି ପ୍ରଥମ ଥର ନୁହେଁ। ଆଗରୁ ଆଉ ଥରେ ମଧ୍ୟ ଏହିଭଳି ଘଟଣା ଘଟି ସାରିଛି। ଯାହା ଦ୍ଵାରା ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ପୂର୍ବରୁ ରାତିରେ ଗ୍ୟାସ ଲିକ୍ ହୋଇଥିଲା ଓ ଲୋକମାନେ ଘର ଦ୍ୱାର ଛାଡ଼ି ମହାନଦୀ କାଲିରେ ରାତି କଟେଇଥିଲେ । ଏ ନେଇ ସ୍ଥାନୀୟ ପ୍ରଶାସନ କୁ ଜଣେଇବା ସତ୍ତ୍ୱେ ମଧ୍୍ୟ କିଛି ସୁଧାର ହୋଇ ପାରି ନାହିଁ। ପ୍ରଶାସନ ଓ ଶୀତଳ ଭଣ୍ଡାର ର ମଧୁ ଚନ୍ଦ୍ରିକାରେ ସ୍ଥାନୀୟ ଲୋକେ ବଳୀ ପଡ଼ି ଯାଇଛନ୍ତି। ଆମୋନିଆ ଗ୍ୟାସ ବାହାରି ବୟସ୍କ ବ୍ୟକ୍ତି ମାନେ ନିଶ୍ବାସ ନେବାକୁ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ଶୀତଳ ଭଣ୍ଡାର ରେ ଗ୍ୟାସଲିକ ସମ୍ପର୍କରେ ପ୍ରଶାସନ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।ଓଡ଼ିଶା ସମାଚାର