Saturday , April 1 2023
Breaking News
Home / ସ୍ୱାସ୍ଥ୍ୟ / ଓଡ଼ିଶାରେ ଦୈନିକ ସଂଙ୍କ୍ରମଣ ସଂଖ୍ୟା ୩ ଅଙ୍କ ଧରିଲା

ଓଡ଼ିଶାରେ ଦୈନିକ ସଂଙ୍କ୍ରମଣ ସଂଖ୍ୟା ୩ ଅଙ୍କ ଧରିଲା

ଭୁବନେଶ୍ୱର, ୧୯/୦୩/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟରେ ଏବେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଆରମ୍ଭ ହେଲାଣି । ଗତକାଲି କଟକର ଏକ ଶିକ୍ଷାନୁଷ୍ଠାନରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ସେହି ଶିକ୍ଷାନୁଷ୍ଠାନରୁ ଆଉ ୧୩ ଜଣ କରୋନା ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି । ଫଳରେ ସେହି ଶିକ୍ଷାନୁଷ୍ଠାନରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୫ କୁ ବୃଦ୍ଧି ପାଇଥିବାବେଳେ ସେହି ଶିକ୍ଷାକୁଷ୍ଠାନକୁ ଅସ୍ଥାୟୀଭାବେ ୧୦ ଦିନ ପାଇଁ ଛୁଟି କରିଦିଆଯାଇଛି । ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩ ସଂଖ୍ୟାକୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୨ ଜଣ, ବରଗଡ଼ରୁ ୪ ଜଣ, ଭଦ୍ରକରୁ ଜଣେ, କଟକରୁ ୨୦ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୬ ଜଣ, ଜଗ୍ତସିଂହପୁରରୁ ୨ ଜଣ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ୪ ଜଣ, କଳାହାଣ୍ଡିରୁ ୨ ଜଣ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ୧୫ ଜଣ, କୋରାପୁଟ୍ରୁ ଜଣେ, ମୟୂରଭଞ୍ଜରୁ ୯ ଜଣ, ନବରଙ୍ଗପୁରରୁ ୨ ଜଣ, ନୂଆପଡ଼ାରୁ ୯ ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୪ ଜଣ, ସୁନ୍ଦରଗଡ଼ରୁ ୭ ଜଣ ଓ ଷ୍ଟେଟ୍ପୁଲ୍ରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୫୯୯ରେ ପହଞ୍ଚିଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୮୫୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୩୩୫୯୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭୦୫ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୮୭୩୬୬୮୯ ସାମ୍ପୁଲ ଟେଷ୍ଟ୍ ହୋଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.