Thursday , May 26 2022
Breaking News
Home / ବିଶେଷ / ଆନ୍ଧ୍ରକୁ ରୋଜଗାର ପାଇଁ ଯାଇଥିବା ବାଳିକାଙ୍କୁ ଉଦ୍ଧାର କରାଯିବାକୁ ପ୍ରଶାସନକୁ ଅଭିଭାବକଙ୍କ ନିବେଦନ

ଆନ୍ଧ୍ରକୁ ରୋଜଗାର ପାଇଁ ଯାଇଥିବା ବାଳିକାଙ୍କୁ ଉଦ୍ଧାର କରାଯିବାକୁ ପ୍ରଶାସନକୁ ଅଭିଭାବକଙ୍କ ନିବେଦନ

କେନ୍ଦ୍ରାପଡା,୧୯/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୌରାଂଚଳ ଅର୍ନ୍ତଗତ ଷଣ୍ଢପଲ୍ଲୀ ଗ୍ରାମର କେତେକ ଅଧିବାସୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆନ୍ଧ୍ରକୁ ଯାଇଥିବା ସେମାନଙ୍କ ସାବାଳିକା ଓ ନାବାଳିକା ଝିଅ ମାନଙ୍କୁ ଉଦ୍ଧାର କରିବାପାଇଁ ନିବେଦନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଆଳିର ଠିକାଦାର ବୀରକିଶୋର ମଳିକଙ୍କ ତତ୍ୱାବଧାନରେ ଆନ୍ଧ୍ରର ରାଜ ମନ୍ଦିର ଜିଲ୍ଲା ଫାଲକୁଲରେ ଥିବା ସନ୍ଧ୍ୟା ମିରାଇନ କମ୍ପାନିରେ ଦିନ ମଜୁରୀଆ ଭାବେ କାମକରିବାକୁ ଆଜକୁ ୬ମାସ ତଳେ ଷଣ୍ଢପଲ୍ଲୀ ଗ୍ରାମର ୨୦ରୁ ଉଦ୍ଧ୍ୱର୍ ସାବାଳିକା ଓ ନାବାଳିକା ଝିଅ ଯାଇଥିଲେ । କିନ୍ତୁ ସେଠାରେ ସେମାନଙ୍କୁ ଦୈନିକ ୧୨ଘଂଟାରୁ ଉଦ୍ଧ୍ୱର୍ କାମକରାଉ ଥିଲେ ମଧ୍ୟ ସେମାନଙ୍କୁ ଖାଦ୍ୟ ପେୟ ଦିଆଯାଉନଥିବା ବେଳେ ସେମାନଙ୍କୁ ମଜୁରୀ ମଧ୍ୟ ଦିଆଯାଉ ନାହିଁ । ଏହି ସମ୍ପର୍କରେ ଠିକାଦାରଙ୍କୁ ଗୃହାରୀ କଲେ ସେହି ଝିଅ ମାନଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଦିଆଯିବା ସହିତ ମାନସିକ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ସେମାନଙ୍କ ମଧ୍ୟରୁ କୌଶଳ କ୍ରମେ ଲୁଚି ପାଳାଇ ଆସିଥିବା ଗୋଟିଏ ଝିଅ ଏ ସମ୍ପର୍କର ସମସ୍ତ ତଥ୍ୟ ପ୍ରଦାନ କରିଛି । ଷଣ୍ଢପଲ୍ଲି ଗ୍ରାମର ଭରତ ମଳିକଙ୍କ ମାଧ୍ୟମରେ ଠିକାଦାର ବିରକିଶୋର ମଳିକଙ୍କ ତତ୍ୱାବଧାନରେ ଏହି ପିଲାମାନେ ଆନ୍ଧ୍ରକୁ ମଜୁରୀ ଲାଗିବାକୁ ଯାଇଥିଲେ । ଏଣୁ ଏଭଳି ପରିସ୍ଥିତିରେ ଆନ୍ଧ୍ର ଯାଇଥିବା ସେହି ବାଳିକା ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସେମାନଙ୍କ ଅଭିଭାବକ ମାନଙ୍କୁ ହସ୍ତାନ୍ତର କରାଯିବା ପାଇଁ ଷଣ୍ଢପଲ୍ଲୀ ଗ୍ରାମର ଅରୁପା ନନ୍ଦ ମଳିକ, କନକପ୍ରଭା ମଳିକ, ସ୍ନେହଲତା ସେଠି,ମଥୁରୀ ମଳିକ ପ୍ରମୁଖ ଅତିରିକ୍ତ ଜିଲ୍ଲା ପାଳଙ୍କୁ ଭେଟି ନିବେଦନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଏହି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ଶ୍ରମ ଅଧିକରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

୪ଟି ଟ୍ରେନ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାରାଦୀପ,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଆମ ପାରାଦୀପ ଆମ ପ୍ରଗତି ପକ୍ଷରୁ ବୁଧବାର ଦିନ ବାପି ସର୍ଖେଲଙ୍କ ନେତୃତ୍ୱରେ ପାରାଦୀପ …

Leave a Reply

Your email address will not be published. Required fields are marked *