କେନ୍ଦ୍ରାପଡା,୧୯/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅର୍ନ୍ତଗତ ଭରତପୁର ଗ୍ରାମପଂଚାୟତର ଜଗନ୍ନାଥପୁର ଗ୍ରାମର ଆଦର୍ଶ କୃଷକ ଯୋଗେନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତି ସଭା ତାଙ୍କ ଜଗନ୍ନାଥପୁର ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବୈଷ୍ଣବ ଚରଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ସି.ପି.ଆଇ ର ଜିଲ୍ଲା ସାଧାରଣ ସମ୍ପାଦକ ରମଣି ରଂଜନ ରାଉତରାୟ, ଅଧ୍ୟପକ ଅଜୟ ସାମଲ, ଆଦିକନ୍ଦ ରାଉଳ , ସୁବୁଦ୍ଧି ଚରଣ ସାହୁ , ବସନ୍ତ କୁମାର ବରାଳ, ଅନାଦି ନାୟକ, ରାଜକିଶୋର ମହାନ୍ତି , ପ୍ରେମାନନ୍ଦ ଦାସ, ଶ୍ରୀବତ୍ସ ନାୟକ, ସରପଂଚ ପ୍ରତିନିଧି ଶାରଦା ପ୍ରସନ୍ନ ରାଉତ ,ବଳରାମ ଷଡଙ୍ଗି ପ୍ରମୁଖ ଯୋଗଦେଇ ଆଦର୍ଶ କୃଷକ ସ୍ୱର୍ଗତ ମହାନ୍ତିଙ୍କ ଜୀବନ ଆଦର୍ଶ ଉପରେ ଆଲୋକ ପାତ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ସନ୍ତୋଷି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର