ତାରପୁର, ୧୮/୦୩/୨୦୨୧(ଓଡ଼ିଶା ସମାଚାର)- ତରିକୁନ୍ଦ ରାଜସ୍ୱ ନିରିକ୍ଷକ କାର୍ଯ୍ୟାଳୟର ଅଧିନରେ ଥିବା ଜଇଶୋଳ ଗ୍ରାମରେ ଥିବା ଶ୍ମସାନ ମଝିରେ ଦଳିତ ପରିବାରକୁ ବସୁନ୍ଧରା ଯୋଜନାରେ ଟୁନିଦେଇ, ସୁଦାମ ଭୋଇ, ଗୋପାଳ ଭୋଇ ଙ୍କୁ ଦିଆଯାଇ ଅଛି । ଶ୍ମସାନ ଜମିକୁ ଉକ୍ତ ୩ଜଣ ଦଳିତ ପରିବାକୁ ବସୁନ୍ଧରା ଯୋଜନାରେ ପଟ୍ଟା ନିୟମ ବିରୋଧ ଅଟେ । ତୁରନ୍ତ ଏହି ପଟ୍ଟାକୁ ବାତିଲ କରି ଅନ୍ୟତ୍ର ବାସ ଉପଯୋଗୀ ଉପଯୁକ୍ତ ଜାଗାକୁ ବସୁନ୍ଧରା ଯୋଜନାରେ ଦେବାକୁ ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ଏକ ସ୍ମାରକ ପତ୍ର ରଘୁନାଥପୁର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦର ସଭାପତି ସଙ୍କର ଦାସ ଓ ସଂପାଦକ ଅକ୍ଷୟକୁମାର ମଲ୍ଲିକ, ଟୁନିଦେଇ, ସୁଦାମ ଭୋଇ ଓ ଗୋପାଳ ଭୋଇ ପ୍ରଦାନ କରିଚନ୍ତି । ଓଡ଼ିଶା ସମାଚାର