କେନ୍ଦ୍ରାପଡା,୧୮/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ସୁଚିକିତ୍ସକ ଡା. ରବୀନ୍ଦ୍ର କୁମାର ସାହୁଙ୍କ ବିୟୋଗରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାରେ ବରିଷ୍ଠ ଆଇନଜୀବି ଧରଣୀଧର ସୁଆର, ଉମେଶ ଚନ୍ଦ୍ର ସିଂ ଓ ସରୋଜରାଜ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଡା.ସାହୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେହି ସ୍ମୃତିସଭାରେ ଶରତ କୁମାର ଧଳ, ଆଶିଷ ସେନାପତି, ଅଜୟ ସାମଲ, ସୟଦ ମୁକ୍ତାର ଅଲ୍ଲୀ, ଗୋପାଳକୃଷ୍ଣ ଜେନା, ଅମର ବିଶ୍ୱାଳ, ପାର୍ଥସାରଥୀ ବେହେରା, ମୁକ୍ତାର ଖାଁ, ନଗେନ ଜେନା, ବିଜୟ କୁମାର ଅଗ୍ରୱାଲ, ପରମାନନ୍ଦ ସେଠୀ, ରବୀନ୍ଦ୍ର କୁମାର ସିଂହ,ଦେବେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଡା. ସାହୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗୋଲଖ ପଢିଆରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବୈଷ୍ଣବ ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର