ତାରପୁର, ୧୮/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁରଥାନା ଅନ୍ତର୍ଗତ ପୁରଣ ଗ୍ରାମର ଧ୍ରୁବଚରଣ ଦାଶଙ୍କ ପୁଅ ହେମନ୍ତ କୁମାର ଦାଶ ଗତକାଲି ଶାରଳା ମନ୍ଦିରରୁ ମା’ ଦର୍ଶନ ସାରି ଶାରଳା ରୋଡରେ ସକାଳ ୯.୩୦ମିନିଟ୍ ସମୟରେ ଏକ ମନିପର୍ସ ପାଇଥିଲେ । ଏହି ମନିପର୍ସରେ ୧୩ହଜାର ୯ଶହ ଟଙ୍କା ୩ଟି ଏ.ଟି.ଏମ୍ କାର୍ଡ, ୨ଟି ଆର୍.ସି ବୁକ୍, ଗୋଟିଏ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଗୋଟିଏ ପ୍ୟାନ୍ କାର୍ଡ ପାଇ ସେଠାରେ ବହୁ ଲୋକଙ୍କୁ ପଚାରିବା ପରେ ପ୍ରକୃତ ହଜିଥିବା ଲୋକକୁ ନପାଇ ରଘୁନାଥପୁର ଥାନାରେ ପହଂଚି ସେହି ମନିପର୍ସରେ ଥିବା ଟେଲିଫୋନ୍ ନଂମ୍ବରରେ ଜଗତସିଂହପୁର ଥାନା ଅନ୍ତର୍ଗତ ନକୁଳଙ୍ଗ ଗ୍ରାମର ତ୍ରିନାଥ ମହାନ୍ତିଙ୍କୁ ଟେଲିଫୋନ୍ ଯୋଗେ ଜଣାଇଥିଲେ । ତ୍ରିନାଥ ମହାନ୍ତି ଟେଲିଫୋନ ପାଇ ରଘୁନାଥପୁର ଥାନାରେ ପହିଥିଲେ । ଥାନା ଆଇ.ଆଇ.ସି ଦେବେନ୍ଦ୍ର ମହାପାତ୍ର ଏବଂ ସାନ୍ତନୁ କୁମାର ଜେନାଙ୍କ ଉପସ୍ଥିତିରେ ଏକ କାଗଜରେ ଲେଖି ତାଙ୍କର ମନିପର୍ସରେ ଥିବା ସମସ୍ତ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହେମନ୍ତ କୁମାର ଦାଶଙ୍କ ଠାରୁ ବୁଝି ନେଇଥିଲେ । ହେମନ୍ତ କୁମାର ଦାଶଙ୍କର ଏଭଳି ସଚ୍ଚୋଟତା ଓ ମହତ୍ କାର୍ଯ୍ୟ ପାଇଁ ଜଗତସିଂହପୁର ଅଂଚଳର ବୁଦ୍ଧିଜୀବିମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Check Also
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …