କେନ୍ଦ୍ରାପଡା, ୧୮/୦୩/୨୦୨୧(ଓଡ଼ିଶା ସମାଚାର)-ବିଦେଶରେ ଜଣେ ଶ୍ରମିକ ଭାବେ ମୂଲଲାଗି ପରିବାର ପ୍ରତିପୋଷଣ କରୁଥିବା ଜନୈକ ଶ୍ରମିକଙ୍କର ମୃତୁ୍ୟ ହୋଇଯାଇଥିବା ସୂଚନା ମିଳିଛି । ସେ ସମ୍ପର୍କରେ ଖବର ପାଇ ବିଦେଶରୁ ସ୍ୱାମୀର ଶବ ଫେରାଇ ଆଣିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ତାଙ୍କ ପତ୍ନୀ । କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ପ୍ରଧାନ ପଟିକିରା ଗ୍ରାମର କବିତା ବାରିକଙ୍କ ସ୍ୱାମୀ ପ୍ରଭାକର ବାରିକ ଦୀର୍ଘ ୧୦ ବର୍ଷରୁ ଉଦ୍ଧ୍ୱର୍ ହେବ ଦୋହା କତାରରେ ରହି ଡେଜଟ ଲାଇନ ପ୍ରୋଜେକ୍ଟରେ ଶ୍ରମିକ ଭାବେ କାମ କରି ଆସୁଥିଲେ । ଗତ ମଙ୍ଗଳବାର ତାଙ୍କର ସେଠାରେ ମୃତୁ୍ୟ ହୋଇଯାଇଥିବା କମ୍ପାନୀ ପକ୍ଷରୁ ତାଙ୍କ ପରିବାରକୁ ଫୋନ ଯୋଗେ ସୂଚନା ଦିଆଯାଇଥିଲା । ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ପ୍ରଭାକରଙ୍କର ଆର୍ଥିକ ଦୁରାବସ୍ଥା ଯୋଗୁଁ ତାଙ୍କ ଶବ ଫେରାଇ ଆଣିବାକୁ ତାଙ୍କ ପତ୍ନୀ କବିତା ବାରିକ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ନିବେଦନ କରିଛନ୍ତି । ଓଡ଼ିଶା ସମାଚାର