Monday , May 23 2022
Home / ସ୍ୱାସ୍ଥ୍ୟ / ବସନ୍ତ କୁମାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବସନ୍ତ କୁମାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କେନ୍ଦ୍ରାପଡା,୧୮/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରସ୍ଥିତ ବସନ୍ତ କୁମାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡା. ସରୋଜ କୁମାର ତ୍ରିପାଠୀ ଯୋଗଦେଇ ବିଭିନ୍ନ ସ୍ଥାନରୁ ଆସିଥିବା ୩୨ଜଣ ରୋଗୀଙ୍କ ମାଗଣାରେ ଚକ୍ଷୁ ପରୀକ୍ଷା କରି  ସେମାନଙ୍କୁ ଔଷଧ ପ୍ରଦାନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୯ଜଣଙ୍କର  ଚକ୍ଷୁରେ ମାଗଣାରେ ଅସ୍ତ୍ରୋପଚାର କରାଯିବ ବୋଲି ଚିକିତ୍ସାଳୟ ପକ୍ଷରୁ ନିଷ୍ପତିି ଗ୍ରହଣ କରାଯାଇଛି । ଏହି ଶିବିର ପରିଚାଳନାରେ ଚିକିତ୍ସାଳୟ ର କର୍ମଚାରୀ ବନୀତା ଧନି, ଜୟଶ୍ରୀ ସାହୁ, ଶିବାନନ୍ଦ ନାଟିଆ, ଅଜିତ ବେହେରାଙ୍କ ସମେତ ସମାଜସେବୀ ସତ୍ୟବ୍ରତ ସିଂ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାତ୍ର ୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର ,୨୧/୦୫/୨୦୨୨( ଓଡ଼ିଶା ସମାଚାର )- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ଜଣ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *