Sunday , April 2 2023
Breaking News
Home / ଶିକ୍ଷା / ପ୍ରାଥମିକ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରର  ନବୀକରଣ ହେବ

ପ୍ରାଥମିକ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରର  ନବୀକରଣ ହେବ

କେନ୍ଦ୍ରାପଡା, ୧୮/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ବ୍ଲକ ଓ ପୈାରାଳରେ ଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକର ନବୀକରଣ କରାଯିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି  । ଏଥିସହ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଥିବା ରାସ୍ତା ଗୁଡିକରେ ଯାତାୟତର ସୁବିଧା ପାଇଁ ପେବର ବ୍ଲକ ବା ରଙ୍ଗିନ୍ ଇଟା ବିଛାଯାଇ ଛାତ୍ରଛାତ୍ରୀଙ୍କ ଜାତାୟତ ପଥକୁ ଆକର୍ଷଣୀୟ କରାଯିବ । କେନ୍ଦ୍ରାପଡା ବ୍ଲକର ଏଭଳି ସ୍କୁଲକୁ  ଥିବା ୨୫୦ଗୋଟି ରାସ୍ତାକୁ ବ୍ଲକ ପକ୍ଷରୁ ଚିହ୍ନଟ କରାଯାଇଥିବା ସୂଚନା ଦିଆଯାଇଛି । ଅଙ୍ଗନୱାଡି କେନ୍ଦ୍ର ଗୃହ ଗୁଡିକୁ ମଧ୍ୟ ରଙ୍ଗ କରାଯାଇ ଆକର୍ଷଣୀୟ କରାଯିବା ସହ ଛାତ୍ରଛାତ୍ରୀଙ୍କ ବସିବା ପାଇଁ  ଚେୟାର ଓ ବେଂଚ ର ବ୍ୟବସ୍ଥା କରାଯିବ । ଏହା ଫଳରେ ପିଲାମାନେ ଆଉ ତଳେ ବସି ପାଠ ପଢିବେ ନାହିଁ । ଏହି ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଭିଡିଓ କନଫରେନ୍ସିଂ ହଲରେ  ଅନୁଷ୍ଠିତ ବ୍ଲକର ସରପଂଚମାନଙ୍କୁ ନେଇ ଅନୁଷ୍ଠିତ  ବୈଠକରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି । କେନ୍ଦ୍ରାପଡା ବ୍ଲକରେ ୨୬୩ ଟି ଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ଏହାକୁ ପରିଚାଳନା କରିବା ପାଇଁ ୨୬୩ ଜଣ ଅଙ୍ଗନୱାଡି କର୍ମୀ ଓ ୨୬୯ଜଣ ସହାୟକ କାର୍ଯ୍ୟରତ ଅଛନ୍ତି । ଏଥିସହ ବ୍ଲକ ଅଧିନରେ ଥିବା ୮୧ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ  କେତେକ ହାଇସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ଣ ଭୋଜନ ଖାଇବାପାଇଁ ଭୋଜନ ମଣ୍ଡପର ମଧ୍ୟ ବ୍ୟବସ୍ଥା କରାଯିବ । ଫଳରେ ଛାତ୍ରଛାତ୍ରୀମାନେ ଏଣେତେଣେ ବସି ଖାଦ୍ୟ ଖାଇବା ବଦଳରେ  ଏକାଠି  ମଣ୍ଡପରେ ଗୋଟିଏ ସ୍ଥାନରେ ବସି ମଧ୍ୟାହ୍ଣ ଭୋଜନ କରିି ପାରିବେ ।  ଏହି ବୈଠକରେ ବିଡିଓ  ଅଶ୍ୱିନୀ କୁମାର ଦାସ, ଅତିରିକ୍ତ ବିଡିଓ ଅନିରୁଦ୍ଧ ବେହେରା, ବ୍ଲକ ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁଙ୍କ ସମେତ ଭରତପୁର ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ, କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି, ଚକ୍ରୋଡା ସରପଂଚ ବସନ୍ତ କୁମାର ରାଉତ, କଂସାର ସରପଂଚ ପ୍ରଦୁ୍ୟମ୍ନ କୁମାର ଜେନା, ଭାଗବତପୁର ସରପଂଚ ଧରଣୀଧର ଦାସ  ପ୍ରମୁଖ ସରପଂଚମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.