Tuesday , March 28 2023
Home / ବିଶେଷ / ପୌରାଂଚଳର ୩ଟି ୱାର୍ଡ ପରିଦର୍ଶନ କଲେ ଜିଲ୍ଲାପାଳ

ପୌରାଂଚଳର ୩ଟି ୱାର୍ଡ ପରିଦର୍ଶନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡା, ୧୮/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳର ୩ଟି  ୱାର୍ଡକୁ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଅମ୍ରୁତ ଋତୁରାଜ ।  ୭ନମ୍ବର ୱାର୍ଡରେ ମାଇକ୍ରୋ କମ୍ପୋଷ୍ଟିଙ୍ଗ କେନ୍ଦ୍ର ପରିଦର୍ଶନ କରିବା ସହିତ  ପୂର୍ବରୁ ନିକିରେଇରେ ହେବାକୁ ସ୍ଥିର ହୋଇଥିବା ସେଫଟି ଟ୍ରିଟମେଂଟ ପ୍ଲାଂଟଟି ବର୍ତମାନ ଏହି ୱାର୍ଡରେ ନିର୍ମାଣ କରାଯିବାକୁ ଜିଲ୍ଲାପାଳ ପୌରନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଏଥିସହିତ ପୌରାଚଂଳର ୧,୨ ଓ ୭ନମ୍ବର ୱାର୍ଡ ପରିଦର୍ଶନ କରି ସେହି ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ସହିତ  ସେହିସବୁ ଅଂଚଳରେ ଥିବା ପ୍ରାଥମିକ  ସ୍କୁଲ ଗୁଡିକର ପରିସରରେ  ପର୍ଯ୍ୟାୟକ୍ରମେ (ପିବର ବ୍ଲକ) ବିଛାଯାଇ  ସୌନ୍ଦର୍ଯ୍ୟକରଣ କରାଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି  । ଚଳିତ ମାର୍ଚ୍ଚମାସ ଶେଷ ସୁଦ୍ଧା ଏସବୁ କାର୍ଯ୍ୟ କରାଯିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।  ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କ ଏହି ପରିଦର୍ଶନ ସମୟରେ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ପୌର ନିର୍ବାହୀ ଅଧରକାରୀ ଦେବ ପ୍ରସାଦ ବଳ ଓ ପୌରସଂସ୍ଥାର ଯନ୍ତ୍ରୀମାନେ  ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.