Thursday , March 23 2023
Home / ବିଶେଷ / ପାନୀୟ ଜଳ ଯୋଗାଣ ପାଇଁ  ଅତିରିକ୍ତ ଜିଲ୍ଲାପାଲଙ୍କୁ ଭେଟିଲେ ବାରୋବାସୀନ୍ଦା

ପାନୀୟ ଜଳ ଯୋଗାଣ ପାଇଁ  ଅତିରିକ୍ତ ଜିଲ୍ଲାପାଲଙ୍କୁ ଭେଟିଲେ ବାରୋବାସୀନ୍ଦା

କେନ୍ଦ୍ରାପଡା, ୧୮/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ବାରୋଗ୍ରାମର ୩ନମ୍ବର ଓ ୪ନମ୍ବର ୱାର୍ଡ ଅଧିନ  ତଳସାହି ଏବଂ  ହରିଜନ ସାହିରେ ପାନୀୟ ଜଳ ଯୋଗାଣ ହେଉନଥିବା ସମ୍ପର୍କରେ ସଂପୃକ୍ତ  ଗ୍ରାମାବସୀ ଅତିରିକ୍ତ ଜିଲ୍ଲାପାଳଙ୍କୁ  ଭେଟି ଅଭିଯୋଗ କରିଛନ୍ତି । ସେହି ୨ଟି ୱାର୍ଡର ଶତାଧିକ ପରିବାର ବିଶୁଦ୍ଧ ପାନୀୟ ଜଳରୁ ବଂଚିତ ହୋଇ  ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏତତବ୍ୟତିତ ସେହି ୱାର୍ଡରେ ନଳକୂପର ବ୍ୟବସ୍ଥା ମଧ୍ୟ ନଥିବା ଅଭିଯୋଗ ହୋଇଛି । ପଂଚାୟତ ପକ୍ଷରୁ ପୂର୍ବରୁ ଚାଲୁଥିବା ପାନୀୟ  ଜଳ ଯୋଗାଣ ବ୍ୟବସ୍ଥା କୈାଣସି କାରଣରୁ ପ୍ରାୟ  ବର୍ଷେ ହେବ  ବନ୍ଦ ହୋଇ ଯାଇଛି । ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବାରୁ ପ୍ରବଳ ଖରାରେ ଲୋକଙ୍କ ଜରୁରୀ ଆବଶ୍ୟକତାକୁ ବିଚାର କରାଯାଇ  ତୁରନ୍ତ ପାନୀୟ  ଜଳ ଯୋଗାଣ ବ୍ୟବସ୍ଥାକୁ  ଚାଲୁ କରାଯିବା ନିମନ୍ତେ ପୂର୍ବତନ ସରପଂଚ ଭାଗୀରଥି ଜେନାଙ୍କ ନେତୃତ୍ୱରେ ଗ୍ରାମର ନକୁଳ ମଳିକ, ରାଜକିଶୋର ନାୟକ, ବସନ୍ତ ନାୟକ, ଅନ୍ନପୂର୍ଣ୍ଣା ବେହେରା, କାଳନ୍ଦୀ ବେହେରା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ଦାବି କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.