Sunday , April 2 2023
Breaking News
Home / ତାଜା ଖବର / ଦେଶୀ ବନ୍ଧୁକ ସହ ଜଣେ ଶିକାରୀ ଗିରଫ

ଦେଶୀ ବନ୍ଧୁକ ସହ ଜଣେ ଶିକାରୀ ଗିରଫ

ବାଲିଗୁଡା, ୧୮/୦୩/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ  ବନ ବିଭାଗର ବଡ଼ ସଫଳତା । ଦେଶୀ ବନ୍ଧୁକ ସହ ଜଣେ ଶିକାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ରାଇକିଆ ବନବିଭାଗ ରେଞ୍ଜ ଅନ୍ତର୍ଗତ ମାଣିକେଶ୍ଵର ରିଜର୍ଭ ଜଙ୍ଗଲରେ ଅପରାହ୍ନରେ ନିଆଁ ଲାଗିବା ଖବରପାଇ ତତକ୍ଷଣାତ୍ ବନବିଭାଗ ଫରେଷ୍ଟର ବିଷ୍ଣୁ ପ୍ରସାଦ ରଥ,ବନରକ୍ଷୀ ଅଜିତ୍ କୁମାର ଗଣ୍ଡାଙ୍କ ଫାୟାର ଟିମ୍ ର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟରେ ବାଡାମାହା ଗ୍ରାମର ମିତୁ ପ୍ରଧାନ ହାବୁଡ଼ରେ ପଡ଼ିଥିଲା। ସେ ଜଙ୍ଗଲର ଉପରଭାଗ କୁ ନିଆଁ ଲଗାଇ ତଳେ ଜୀବଜନ୍ତୁ ଶୀକାର କରିବା ପାଇଁ ଜଗିଥିଲା ।ତା ନିକଟରୁ ଏକ ଦେଶୀ ବନ୍ଧୁକ ସହ ଗୋଳା ବାରୁଦ, ଗମ୍ ପାଉଡର, ପଟାସ୍, କୁରାଢି,କାତି,ଦିଆସିଲି, ମୋବାଇଲ, ବ୍ୟାଗ୍ ଏହି ପରି ଅନେକ ଶିକାରୀ ସରଞ୍ଜାମକୁ ଜବତ କରାଯାଇ ଏକ ମାମଲା ରୁଜୁ କରାଯାଇଛି।ରାଇକିଆ ଓ କରଡା ବନବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସମୟ ସମୟ ମଧ୍ୟରେ ବୈଠକ କରି ଲୋକଙ୍କୁ ସଚେତନତା ସୃଷ୍ଟି କରାଯାଉଛି। ତା ଛଡା ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ମଧ୍ୟ ସଚେତନତା ପ୍ରଚାର କରାଯାଉଛି। ଯେପରିକି ଲୋକେ ନିଆଁ ଲାଗିବାର ସୂଚନା ଦେଲେ ତିନି ହଜାର ଏବଂ ବନ୍ୟ ଜିବଜନ୍ତୁ ଶିକାର ସମୟରେ ସୂଚନା ଦେଲେ ପାଞ୍ଚ ହଜାର ଅର୍ଥ ରାଶିର ପୁରସ୍କାର ଦିଆଯିବା ପାଇଁ କୁହାଯାଇଛି। ଗତ କିଛି ଦିନ ମଧ୍ୟରେ ମିତୁକୁ ମିଶାଇ ରାଇକିଆ ଓ ଟିକାବାଲି ମଧ୍ୟରେ ପାଞ୍ଚ ଜଣଙ୍କୁ ନିଆଁ ଲଗାଇ ଏବଂ ଶୀକାର କରିବା ନେଇ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ରାଇକିଆ ବନବିଭାଗ ଅଧିକାରୀ ସୁନିଲ କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.