Thursday , March 23 2023
Home / ବିଶେଷ / ଜନଗଣନା ପାଇଁ ପଦକ ଓ ପ୍ରମାଣ ପତ୍ର ପ୍ରଦାନ 

ଜନଗଣନା ପାଇଁ ପଦକ ଓ ପ୍ରମାଣ ପତ୍ର ପ୍ରଦାନ 

ଜଗତସିଂହପୁର,୧୮/୦୩/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାରେ ୨୦୧୧ ଜନଗଣନା କାର୍ଯ୍ୟରେ ନିର୍ଭୁଲ ଓ ସଠିକ୍ ଭାବରେ କାର୍ଯ୍ୟ ସଂପାଦନ କରିଥିବାରୁ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପ୍ରଶଂସା କରିବା ସହିତ ପଦକ ପ୍ରଦାନ କରିଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଜନଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୯ଜଣ ପରିଗଣନାକାରୀ (ଏନୁ୍ୟମରଟର) ଏବଂ ୨ଜଣ ପର୍ଯ୍ୟବେକ୍ଷଣକାରୀ (ସୁପରଭାଇଜର) ମାନଙ୍କୁ ଭାରତୀୟ ଜନଗଣନା ନିର୍ଦ୍ଧେଶାଳୟ ପକ୍ଷରୁ ପ୍ରଦତ ପ୍ରମାଣ ପତ୍ର ,ରୌପ୍ୟ ଓ ବ୍ରୋଂଜ ପଦକ ପ୍ରଦାନ କରାଯାଇଛି । ପ୍ରମାଣ ପତ୍ର ଓ ପଦକ ପ୍ରଦାନ କରି ଜିଲ୍ଲ୍ାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଗତ ଜନଗଣନା ସମୟରେ ଆପଣମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ଏହା ଆପଣଙ୍କ ପାଇଁ ତଥା ଜିଲ୍ଲା ପ୍ରଶାସନ ପାଇଁ ଆନନ୍ଦ ଓ ଗୌରବର କଥା । ଆପଣଙ୍କର କାର୍ଯ୍ୟଦକ୍ଷତା, କର୍ମନିଷ୍ଠତା ଓ କର୍ମଠତା ପାଇଁ ଆପଣମାନଙ୍କୁ ସମ୍ମାନୀତ କରାଯାଉଛି । ଆପଣଙ୍କର କର୍ମମୟ ଜୀବନର ସଫଳତା ପାଇଁ ସାଧୁବାଦ ଜଣାଉଛି । ଆଜିର ଏହି କାର୍ଯ୍ୟକ୍ରମରେ ବିରିଡିର ତତ୍କାଳୀନ ତହସିଲଦାର ଶ୍ରୀ ସୁରରାଜ ସଦସ୍ୟ, ପ୍ରଧାନ ଶିକ୍ଷକ ନିରଂଜନ ପଣ୍ଡା, ଜଗତସିଂହପୁର, ସଂଜୀବ କୁମାର ମହାପାତ୍ର, ସହକାରୀ ଶିକ୍ଷକ, ବି.ବି.ହାଇସ୍କୁଲ, କୁଜଙ୍ଗ, ଜ୍ୟୋତିରଂଜନ ସାହୁ, ଏସ୍.ଏସ୍.ଏମ୍, ନାଉଗାଁ, ତପନ କୁମାର ପ୍ରଧାନ, ସୁଧକଣି ପ୍ରାଇମେରୀ ସ୍କୁଲ, ରୁଦ୍ର ପ୍ରସାଦ ସ୍ୱାଇଁ, ବାନାମ୍ବର ମଲ୍ଲିକ,କେ.ଏଲ୍.ହାଇସ୍କୁଲ,ବରଦା ପ୍ରସନ୍ନ ବଳିୟାର ସିଂହ, ରମାକାନ୍ତ ରାଉତ, ଦଧିବାମନ  ୟୁ.ପି.ସ୍କୁଲ, ସତ୍ୟ ପ୍ରସନ୍ନ ଗୁରୁ,ଚୌଧୁରୀକୁଦ ପ୍ରାଇମେରୀ ସ୍କୁଲ, ନୃସିଂହ ଚରଣ ବାହାଲିଆ, ସୁରବଲ ହାଇସ୍କୁଲ, ବଉଳାଙ୍ଗ, ବିପିନ୍ କୁମାର ସେଠୀ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଜଗତସିଂହପୁରଙ୍କୁ ପଦକ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ-ତଥା- ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ଉପ-ଜନଗଣନା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ, ବରିଷ୍ଠ ରାଜସ୍ୱ ସହାୟକ ସମ୍ରାଟ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.