ତାରପୁର, ୧୮/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଏରଡ଼ଙ୍ଗା ପଂଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲା ଆଇନସେବା ପ୍ରାଧିକରଣ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରାଧିକରଣ ର ସଚିବ କମଳାକାନ୍ତ ରାଉତଙ୍କକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ବିଭିନ୍ନ ଆକିନ ଉପରେ ସଚେତନତା କରାଯାଇଥିଲା । ଏଥିମଧ୍ୟରୁ ମାଗଣା ଆଇନ ସେବା କଣ , କେଉଁମାନେ ଏହାର ହିତାଧିକାରୀ, ମହିଳା ଆଇନ, ପାରିବାରିକ ହିଂସା ଆଇନ , ସମ୍ପତିଗତ ଅଧିକାର, ବରିଷ୍ଠ ନାଗରିକ ଆଇନ, ପୋଷ୍ୟପୁତ୍ର ଗ୍ରହଣ ସମ୍ପର୍କରେ ଆଲୋଚନା କରିଥିବାବେଳେ ହରିଜନ ଆଦିବାସୀଙ୍କ ଉପରେ ହେଉଥିବା ହିଂସାର ପ୍ରତିରୋଧ ଆଇନ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ପାରାଲିଗାଲ ସ୍ୱେଛାସେବୀ କ୍ଷିରୋଦ କୁମାର ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ସ୍ଥାନୀୟ ସରପଂଚ ଛବତା ମହାନ୍ତି, ତିର୍ତୋଲ ଆଇଆଇସି ସମ୍ମାନୀତ ଅତିଥି ଭାବେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାକୁ ପାରାଲିଗାଲ ସ୍ୱେଛାସେବୀ ମନୋଜ କୁମାର ସ୍ୱାଇଁ, ଶୁଭଲକ୍ଷ୍ମୀ ନାୟକ, ଲିଗାଲ ଏଡ଼ କର୍ମକର୍ତା ଅଂଶୁମାନ ତ୍ରିପାଠୀ, ଶୁକାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର