Tuesday , March 28 2023
Home / ସ୍ୱାସ୍ଥ୍ୟ / ଅବ୍ୟବସ୍ଥା ଭିତରେ ଚାଲିଛି ବୟସ୍କଙ୍କ ଟୀକାକରଣ 

ଅବ୍ୟବସ୍ଥା ଭିତରେ ଚାଲିଛି ବୟସ୍କଙ୍କ ଟୀକାକରଣ 

ତାରପୁର, ୧୮/୦୩/୨୦୨୧(ଓଡ଼ିଶା ସମାଚାର)- ବର୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ବୟସ୍କ ବ୍ୟକ୍ତିମାନଙ୍କୁ କରୋନା ଟୀକା କରଣ କରାଯ୍ଧମଥିବାବେଳେ ଏଥିରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳୁଛି ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଉତରକୂଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଉତରକୂଳ, ବାବୁଜଙ୍ଗ, ମଣିଜଙ୍ଗ, ମହମ୍ମଦପୁର, ତାରପୁର, ଚିକିଣିଆ ପଂଚାୟତର ବ୍ୟକ୍ତି ବିଶେଷଙ୍କୁ ଟୀକାକରଣ ବ୍ୟବସ୍ଥା କରାଯାଇଥିବାବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଏଠାରେ ପ୍ରତିଦିନ କେତେ ଜଣଙ୍କୁ ଟୀକା ପ୍ରଦାନ କରାଯିବ , କାହାର ଟୁକନ ନକରି ଗ୍ରାମର ଆଶା ମାନଙ୍କ ମାଧ୍ୟମରେ ବୟସ୍କ ମାନଙ୍କୁ ଟୀକାକରଣ କେନ୍ଦ୍ରକୁ ଆସିବାକୁ କୁହାଯାଉଥିବାରୁ ପ୍ରତ୍ୟେକ ଦିନ ଏଠାରେ ୨୦୦ ରୁ ଉଦ୍ଧ୍ୱର୍ ଲୋକ ଉପସ୍ଥିତ ହେଉଥିବାବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ନାଁ ଅଛି ବସିବାକୁ ଛାମୁଡ଼ିଆ ନାଁ ଅଛି ପାଣିର ବ୍ୟବସ୍ଥା । ଏଠାରେ ସାମାଜିକ ଦୂରତା, ସାନିଟାଇଜେସନ୍, କିମ୍ବା ମାସ୍କ ପରିଧାନକୁ ଗୁରୁତ୍ୱ ଦିଆଯାଉନାହିଁ । ପ୍ରତ୍ୟେକ ଦିନ ୭୦ ରୁ ୮୦ ଲୋକଙ୍କୁ ଟୀକା ଦିଆଯାଉଥିବାବେଳେ ୨୦୦ ରୁ ଅଧିକ ଲୋକ ଅଯଥାରେ ଗହଳି କରିବା ସହିତ ଖରାରେ ଛଟପଟ ହୋଇ ଘରକୁ ଫେରୁଛନ୍ତି । ଟୀକା ନେବାକୁ ଆସିଥିବା ଏହି ୭୦ – ୮୦ ବର୍ଷୀୟ ବ୍ୟକ୍ତି ଯେ କେତେବେଳେ ଖରାରେ ବେହୋସ ହୋଇ ଜୀବନ ନହାରିବେ , ତାହା କେହି କହିପାରିବେ ନାହିଁ । ଏହାର ଗୁରୁତତ୍ୱ କୁ ଉପଲବ୍ଧô କରି ଏଠାକୁ ଟୀକା ନେବାକୁ ଆସୁଥିବା ଲୋକମାନଙ୍କ ପାଇଁ ଟୁକନ ର ବ୍ୟବସ୍ଥା, ପର୍ଯ୍ୟାପ୍ତ ପାନୀୟ ଜଳ, ମାସ୍କ ପରିଧାନ ନିଶ୍ଚିତ କରିବା, ସାନିଟାଇଜେସନ୍ ଓ ସାମାଜିକ ଦୂରତ୍ୱ ସହିତ ପ୍ରବଳ ଖରାରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଛାମୁଣ୍ଡିଆ କିମ୍ବା ଟେଣ୍ଟ ର ବ୍ୟବସ୍ଥା କରାଇବାକୁ ଏ ଅଂଚଳର ବୁଦ୍ଧିଜିବୀ ମାନଙ୍କ ପକ୍ଷରୁ ଆଂଚଳିକ ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ପିତାମ୍ବର ପରିଜା ଜଗତସିଂହପୁର ସିଡ଼ିଏମଓ ଓ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଦାବି କରିଥିବାବେଳେ ଏ ବିଷୟରେ ରଘୁନାଥପୁର ମେଡ଼ିକାଲ ଅଫିସରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.