Tuesday , March 21 2023
Breaking News
Home / ବିଶେଷ /   ସ୍ୱର୍ଗତ ଡାକ୍ତର ସରୋଜକାନ୍ତ କାନୁନଗୋ ଥିଲେ ସେବାର ପ୍ରତିକ 

  ସ୍ୱର୍ଗତ ଡାକ୍ତର ସରୋଜକାନ୍ତ କାନୁନଗୋ ଥିଲେ ସେବାର ପ୍ରତିକ 

ଗରଦପୁର, ୧୭/୦୩/୨୦୨୧(ଓଡ଼ିଶା ସମାଚାର)- ସ୍ୱର୍ଗତ ଡାକ୍ତର ସରୋଜକାନ୍ତ କାନୁନଗୋ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଭାବରେ ଲୋକମାନଙ୍କୁ ରାଜନୈତିକ ସେବା ଦେବା ସହିତ ଅଧିକନ୍ତୁ ଲୋକମାନଙ୍କୁ ସ୍ଥ୍ୟାସ୍ଥ ସେବା ଯୋଗାଇ ନିଜର ଅମ୍ଳାନ ପ୍ରତିଭାକୁ ଜାଜୁଲ୍ୟମାନ କରିଛନ୍ତି ବୋଲି ଗରଦପୁର ବ୍ଲକର କୋରୁଆ ସ୍ଥିତ ପଲ୍ଲିଶ୍ରୀ ମହିଳା ସମିତି କନ୍ୟାଶ୍ରମ ପରିସରରେ ସ୍ୱର୍ଗତ ଡାକ୍ତର ସରୋଜକାନ୍ତ କାନୁନଗୋଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ସମାଜସେବୀ ପ୍ରାଧ୍ୟାପକ ଅଜୟ ରାଉତ ଏହା କହିଛନ୍ତି । ଏକାଧାରରେ ଡ଼ କାନୁନଗୋ ସେବା , ତ୍ୟାଗ ଓ ମହନୀୟଗୁଣର ଅଧିକାରୀ ଥିଲେ ବୋଲି ଶ୍ରୀ ରାଉତ ପ୍ରକାଶ କରିଥିଲେ ।  ଆୟୋଜିତ ସଭାର ପ୍ରାରମ୍ଭରେ ସ୍ୱର୍ଗତ କାନୁନଗୋଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । କେନ୍ଦ୍ରାପଡା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି ଉତ୍ସବରେ ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବେ ଡାକ୍ତର ବିଜୟ କୁମାର ଦାସ ଯୋଗଦାନ କରିଥିବାବେଳେ ସମାଜସେବୀ ସୁନାକର ରାଉତ, ଭୁବନ ମୋହନ ଜେନା, ଗୋଲକ ପଢିଆରୀ, ଚିନ୍ମୟ ଦାସ, ପ୍ରତିଭା ପୂଜା ସଂସଦର ସଂପାଦକ ସୁଶିଲ କୁମାର ସାମଲ, ଛାତ୍ରୀ ସୁଦିପା ମହାପାତ୍ର, ମଂଜୁଳା ନାୟକ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ସ୍ୱର୍ଗତ୍ କାନୁନ୍ଗୋଙ୍କ ଗୁଣଗାନ କରିଥିଲେ । ଏହି ସଭାରେ ତାଙ୍କର ସୁଯୋଗ୍ୟ ପୁତ୍ର ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ବୋହୂ ସ୍ନେହଲତା କାନୁନଗୋ ବିଗତ ଦିନ ଗୁଡିକର ସ୍ମୃତିଚାରଣ କରିଥିଲେ । ଏହି ଉତ୍ସବରେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ନଟବର କାନୁନଗୋ ଏବଂ ଗାୟକ ଭୂଷଣ ଗୋପବନ୍ଧୁ ନାଥଙ୍କୁ ସରୋଜକାନ୍ତ ସ୍ମୃତିସମ୍ମାନରେ ଏବଂ ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ହିମାଂଶୁ ଭୁଷଣ ସଢ଼ଙ୍ଗୀ , ସାମ୍ବାଦିକ ନବଘନ ନାୟକ. ସରପଂଚ  ପ୍ରକାଶ ଚନ୍ଦ୍ର ସାହୁ , ପୂର୍ବତନ ସେନାଧିକାରୀ ନୟନ ବଲଭ ନାୟକ ପ୍ରମୁଖ ଙ୍କୁ କରୋନା ଯୋଦ୍ଧା ଭାବରେ ପୁଷ୍ପଗୁଚ୍ଛ, ଉତରୀୟ ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାକୁ ପଲ୍ଲିଶ୍ରୀ ପରିଚାଳକ ସମାଜସେବୀ ଶ୍ରୀକାନ୍ତ ନାୟକ ସଂଯୋଜନା କରିଥିବାବେଳେ ଚିତରଂଜନ ଦାସ ସ୍ୱାଗତ ଭାଷଣ ଏବଂ ପ୍ରମୋଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।  ଅନ୍ତେବାସିନୀମାନେ ସ୍ୱାଗତ ସଂଗୀତ ଗାନ କରିଥିବାବେଳେ ସଂପାଦିକା ହେମପ୍ରଭା ନାୟକ, ସାମ୍ବାଦିକ ନବଘନ ନାୟକ, ଧିରେନ୍ଦ୍ର ମିଶ୍ର, ଶିବପ୍ରସାଦ ପରିଜା ପ୍ରମୁଖ ଉପସ୍ଥିତ ଥିଲେ । ଅକ୍ଷୟ ସେନାପତି, ବିଶ୍ୱଜିତ୍ ପରିଡା ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.