Wednesday , March 29 2023
Home / ବିଶେଷ / ସୁଜାତା ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯିବା ସହ ଅଭିଯୋଗକାରୀଙ୍କୁ ସୁରକ୍ଷା ପାଇଁ ଏସପିଙ୍କ ନକଟରେ ଦାବି

ସୁଜାତା ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯିବା ସହ ଅଭିଯୋଗକାରୀଙ୍କୁ ସୁରକ୍ଷା ପାଇଁ ଏସପିଙ୍କ ନକଟରେ ଦାବି

କେନ୍ଦ୍ରାପଡ଼ା,୧୭/୦୩/୨୦୨୧(ଓଡ଼ିଶା ସମାଚାର)- ସୁଜାତା ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ଅଭିଯୋଗକାରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି ହୋଇଛି ।   କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ପୋଖରୀଆ  ଗ୍ରାମର ଦୁର୍ଗାଚରଣ ବେହେରା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ସୁଜାତା ବେହେରା ପାଂଚବର୍ଷ ତଳେ ପ୍ରଫୁଲ୍ଲ ନାୟକଙ୍କ ପୁଅ ପ୍ରବୀର ନାୟକଙ୍କୁ ବୈଦିକରୀତିରେ ବିବାହ କରିଥିଲେ । ବିବାହ ସମୟରେ ଦାବି ଅନୁଯାୟୀ ସମସ୍ତ ଯୌତୁକ ଦିଆଯାଇଥିଲେବି ବିବାହ ପରେ ଶଶୁରଘର ପକ୍ଷରୁ ତାଙ୍କ ଝିଅ ସୁଜାତାକୁ ଅଧିକ ଯୌତୁକ ଦାବିକରାଯାଇ ମାନସୀକ ଓ ଶାରିରୀକ ଯନ୍ତ୍ରଣା ଦିଆଯାଉଥିଲା । ଏଥିସହିତ ଗତ ୨୦୨୦ମସିହା ଜୁଲାଇମାସ ୧୨ତାରିଖରେ ତାଙ୍କ ଝିଅ ସୁଜାତାକୁ ସ୍ୱାମୀ, ଶଶୁର,ଶାଶୁ ଓ ଦିଅର ,ଯାଆ ପ୍ରମୁଖ ମାରିଦେଇଥିବା ସମ୍ପର୍କରେ ସେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ରାଜନଗର ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରୁନଥିବା ବେଳେ ଏବେ ସେମାନେ ଅଭିଯୋଗକାରୀ ସୁଜାତାର ବାପା ଓ ତାଙ୍କ ପାଖରେ ଥିବା ସୁଜାତାର ଛୋଟପୁଅ ପ୍ରିନସଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ସେ ରାଜନଗର ଥାନାରେ ଅଭିଯୋଗ କରିଥିଲେବି ପୋଲିସର ଉଦାସୀନତା ଯୋଗୁଁ ଅଭିଯୁକ୍ତଙ୍କୁ ଗିରଫ କରାଯାଉନଥିବା ଦୁର୍ଗାଚରଣ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେଣୁ ରାଜନଗର ଥାନା ପୋଲିସ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ ନକଲେ ସେ ବାଧ୍ୟହୋଇ ଏସପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେବେ ବୋଲି ଦୁର୍ଗାଚରଣ ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.