ନିଶ୍ଚିନ୍ତକୋଇଲି ,୧୭/୦୩/୨୦୨୧(ଓଡିଶା ସମାଚାର/ଅଭୟ ଜେନା):କିଶନନଗର ତହସିଲ ଅନ୍ତର୍ଗତ ମାଣପୁର ପଞ୍ଚାୟତ ରେ ଥିବା ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ଦିନ ହେବ ଅଚଳ ହୋଇ ପଡ଼ିଥିବାରୁ ଉକ୍ତ ଅଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହା ଫଳରେ ଘରେ ଘରେ ପାନୀୟ ଜଳ ମିଳିବାର ସରକାରୀ ଯୋଜନା ଏକ ପ୍ରକାର ବିଫଳ ହୋଇଥିବା ଦେଖିବାକୁ ମିଳିଛି। କଟକ ସଦର ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଏହି ପଞ୍ଚାୟତ ରେ ଦୀର୍ଘ ୪ ବର୍ଷ ରୁ ଉର୍ଦ୍ଧ ହେବ ପାଣି ଟାଙ୍କି ନିମ୍ନ ମାନର କାର୍ଯ୍ୟ କରାଯାଇ କେବଳ ଅଧା ପନ୍ତିରୀଆ ଭାବେ କାର୍ଯ୍ୟ ବନ୍ଦ କରିଦେଇଥିବା ଲୋକେ ଅଭିଯୋଗ କରିଛନ୍ତି। ପାନୀୟ ଜଳ ପାଇଁ ଲୋକେ ଗୋଟେ ଦୁଇଟି ନଳକୂପ ନିକଟରେ ଧାଡ଼ି ହୋଇ ପାଣି ନେବାକୁ ବାଧ୍ୟ ହେଉଛନ୍ତି। ହରିଜନ ବସ୍ତି ଗୁଡ଼ିକରେ ଅବସ୍ଥା ଅତ୍ୟନ୍ତ ଦୟନୀୟ ଏହି ବିଷୟରେ ବିଭାଗିୟ ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ ଅବ୍ୟବସ୍ଥା ସ୍ଵୀକାର କରିବା ସହିତ ସମ୍ପୁର୍ଣ୍ଣ ଠିକାଦାର ଙ୍କୁ ଦାୟୀ କରିବା ସହିତ କାର୍ଯ୍ୟନୁଷ୍ଠାନ ନେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଓଡିଶା ସମାଚାର
