Saturday , April 1 2023
Breaking News
Home / ବିଶେଷ / ଭୁବନ ଏନଏସି ୩ ନମ୍ବର ୱାର୍ଡରେ ପାନୀୟ ଜଲ ସମସ୍ୟା ଉତ୍କଟ

ଭୁବନ ଏନଏସି ୩ ନମ୍ବର ୱାର୍ଡରେ ପାନୀୟ ଜଲ ସମସ୍ୟା ଉତ୍କଟ

ଭୁବନ ୧୭/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ୩ ନମ୍ବର ୱାର୍ଡ ସାହାଣଦେଈ ଅଂଚଳରେ ଗ୍ରୀଷ୍ମ ଆରମ୍ଭରୁ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଭୁବନର ଏହା ଅନୁନ୍ନତ ତଥା ଉପେକ୍ଷିତ ଅଂଚଳ ଭାବେ ପରିଚିତ । ପ୍ରତିବର୍ଷ ଗ୍ରୀଷ୍ମଋତୁରେ ଏଠାରେ ପାନୀୟଜଳ ସମସ୍ୟା ଉପୁଜିଥାଏ । ସେଥିପାଇଁ ଏନଏସି ତରଫରୁ ଜନସ୍ୱାସ୍ଥ୍ୟ ବିଭାଗ ଜରିଆରେ ଲୋକଙ୍କୁ ଟ୍ୟାଙ୍କର ସାହାଯ୍ୟରେ ପିଇବା ପାଣି ଯୋଗାଇ ଦିଆଯାଇଥାଏ । ଏହି ଅଂଚଳରେ ଜଳସ୍ତର ଅତ୍ୟନ୍ତ ନିମ୍ନଗାମୀ ହୋଇଥିବାରୁ ଯେତିକି କୁଅ ଓ ନଳକୂପ ଅଛି ସେଥିରେ ପାଣି ବାହାରେ ନାହିଁ ଫଳରେ ବର୍ଷର ଅଧା ସମୟ ଏଠାରେ ଜଳକଷ୍ଟ ଅନୁଭବ ହୁଏ । ପ୍ରତିବର୍ଷ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଠିକାଦାରଙ୍କ ଜରିଆରେ ଜଳଯୋଗାଣ କରାଯାଉଥିବା ବେଳେ ଚଳିତବର୍ଷ ଅଦ୍ୟାବଧି ଏନଏସି ତରଫରୁ ଜଳଯୋଗାଣ କରାଯାଇନାହିଁ କି କøଣସି ଠାରେ ଜଳଛତ୍ର ମଧ୍ୟ ଖୋଲାଯାଇନାହିଁ । ଏଥିପାଇଁ ସ୍ଥାନୀୟ ଲୋକ ଓ ଯାତ୍ରୀମାନେ ହଇରାଣ ହରକତ ହେଉଛନ୍ତି । ବର୍ଷ ପୂର୍ବରୁ ଏହି ଅଂଚଳରେ ରାସନକାର୍ଡଧାରୀଙ୍କ ଘରକୁ ବିନା ପଇସାରେ ପାଇପ ସଂଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି ପାଣିମିଳୁନଥିବା ସ୍ଥାନୀୟ ଲୋକେ ଆଜି ଗରା,ବାଲଟି ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏ ସଂପର୍କରେ ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠଯନ୍ତ୍ରୀ ସୋନାଲି ନାଏକ ଙ୍କୁ ପଚାରିବାରୁ ସେ ବାହାରେ ଅଛନ୍ତି ୨/୩ ପରେ ଭୁବନ ଗଲେ ଟ୍ୟାଙ୍କର ଯୋଗେ ପାନୀୟ ଜଳଯୋଗାଣ କରାଯିବ ବୋଲି କହିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.