କେନ୍ଦ୍ରାପଡ଼ା,୧୭/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ତେରୋହି ଗ୍ରାମର ଅଧିବାସୀ ମାନେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେହି ଗ୍ରାମର ପ୍ଲଟ ନମ୍ବର – ୧୦୦୯ର ଗୋଚର କିଷମ ଏ୦.୦୪ଡିସିମିଲ ଜମିକୁ ଗ୍ରାମର ଧୂଳି ଚରଣ ସ୍ୱାଇଁ ନାମକ ବ୍ୟକ୍ତି ଜଣକ ଅବରୋଧ କରି ସେହି ଜମି ଉପରେ ଗୃହ ନିର୍ମାଣ କରିବାକୁ ଯାଉଛନ୍ତି । ସଂପୃକ୍ତ ଜମିଟି ଗ୍ରାମର ପ୍ରାଥମିକ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଅବସ୍ଥିତ ଥିବା ବେଳେ ତାହାକୁ ସ୍କୁଲର ଛାତ୍ରଛାତ୍ରୀମାନେ ଖେଳପଡିଆ ଭାବରେ ବ୍ୟବହାର କରିଥାନ୍ତି । କିନ୍ତୁ ଜମିଟି ଅବରୋଧ ହେଉଥିବାରୁ ସ୍କୁଲର ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ବହୁ ଅସୁବିଧାର ସମ୍ମୁଖିନ ହେବେ । ଏସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଅଭିଯୋଗ ପରେବି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ଗ୍ରାମବାସୀମାନଙ୍କ ପକ୍ଷରୁ ବୀରକିଶୋର ମିଶ୍ର, ବାବୁଲା ବେହେରା, କିଶୋର ବିଶ୍ୱାଳ, ନିର୍ମଳେନ୍ଦୁ ବିଶ୍ୱାଳ, ସତ୍ୟପ୍ରିୟ ରାଉତ, ଉମାକାନ୍ତ ଓଝା, ହୃଷିକେଶ ମଳିକ, ଅରୁଣ ସ୍ୱାଇଁ, ପଂଚାନନ ସାହୁ, ମନୋଜ ରାଉତ, ବିଦ୍ୟାଧର ବଳ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସେହି ଜମିକୁ ଅବରୋଧମୁକ୍ତ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର
Check Also
ବର୍ଷା ଦିନ ପୂର୍ବରୁ ଚିତ୍ରୋତ୍ପଳା ନଦୀରେ ପଥର ପ୍ୟାକିଙ୍ଗ ଓ ବୁରୁଜ ନିର୍ମାଣ ସରିବା ନେଇ ଆଶଙ୍କା
ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ ନଦୀ ତୀରରେ ୪କୋଟି ୮୦ ଲକ୍ଷ ଟଙ୍କା …