Saturday , April 1 2023
Breaking News
Home / ବିଶେଷ / ଓଡିଆ ଭାଷା କୁ ଉପଯୁକ୍ତ ମର୍ଯ୍ୟାଦା ପାଇଁ ଭାଷାଆନ୍ଦୋଳନ ଯୋରଦାର କରିବାକୁ ବୈଠକ ଅନୁଷ୍ଠିତ

ଓଡିଆ ଭାଷା କୁ ଉପଯୁକ୍ତ ମର୍ଯ୍ୟାଦା ପାଇଁ ଭାଷାଆନ୍ଦୋଳନ ଯୋରଦାର କରିବାକୁ ବୈଠକ ଅନୁଷ୍ଠିତ

ସାଲେପୁର,୧୭/୦୩/୨୦୨୧(ଓଡ଼ିଶା ସମାଚାର/ଅଭୟ ଜେନା):ଓଡିଆ ଭାଷା ଆନ୍ଦୋଳନର ପୁରୋଧା ଉତ୍କଳଗୈରବ ମଧୂସୁଦନ ଦାସ ଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ ସାଲେପୁର “ଇଣ୍ଟରଚୁଆଲ ପର୍ସନ ଅର୍ଗାନାଇ ଜେସନ “ପକ୍ଷରୁ ଓଡିଆ ଭାଷାକୁ ସରକାରି କାର୍ଯ୍ୟାଳୟ,ବ୍ୟବସାୟ ପ୍ରତିଷ୍ଠାନ ସର୍ବ ପରି ଓଡିଶା ହାଇକୋଟ ସମେତ ସମସ୍ତ ଅଦାଲତ ରେ ବ୍ୟବହାର କରିବା ପାଇଁ ପ୍ରତେକ ଓଡିଆ ଙ୍କୁ ଯାଗ୍ରତ କରି ଭାଷାଆନ୍ଦୋଳନ ମାଧ୍ୟମ ରେ ସରକାର ଙ୍କ ଦୃଷ୍ଟିଆକର୍ଶଣ ପାଇଁ ଚାପସୃଷ୍ଟି କରାଯିବା କୁ ସ୍ଥିର ହୋଇଛି। ଆଗାମି ଦିନରେ ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ଉକ୍ତ ବୈଠକ ରେ ସ୍ଥିର କରାଯାଇଛି। ଏହି ବୈଠକ ରେ ଭାଷାଆନ୍ଦୋଳନ ସମ୍ପର୍କରେ ପ୍ରାକ୍ତନ ଶିକ୍ଷକ ବିପିନିବିହାରି କର ସମସ୍ତ ବିଷୟ ଆଲୋଚନା କରିଥିଲେ । ଉପସ୍ଥିତ ସମସ୍ତ ସଦସ୍ୟ ଓ ସଦସ୍ୟା ଙ୍କୁ ବାସୁଦେବ ରାଉତ ସତ୍ୟପାଠ କରାଇଥିଲେ । କସ୍ତୁରବା ଗାନ୍ଧି ରାଷ୍ଟ୍ରିୟ ଟ୍ରଷ୍ଟ ମୁଖ୍ୟ ସନ୍ଧ୍ୟାରାଣୀ ମଲ୍ଲିକ,ଗୋଲଖ ଚନ୍ଦ୍ର ଦାସ,ବିଶ୍ୱରଞ୍ଜନ ସାହୁ, ଉଲ୍ଲାସ ଚନ୍ଦ୍ର ଜେନା,କିଶୋର ଚନ୍ଦ୍ର ବିଶୋଇ,ବୈଷ୍ଣବ ଚରଣ ବେହେରା,ନିରଞ୍ଜନ ମିଶ୍ର,ତାପସ ରଞ୍ଜନ ତ୍ରୀପାଠୀ, ଶୁକଦେବ ପୃଷ୍ଟି,ବିକ୍ରମ କେଶରୀ ବାରିକ, ରବିନାରାୟଣ ପଟ୍ଟନାୟକ, ବୈକୁଣ୍ଠ ନାଥ ରାଉତ, ଦିପକ ବେହେରା, ଉମାକାନ୍ତ ବେହେରା, ପ୍ରମୋଦ କୁମାର ଦାସ, ପ୍ରଦିପ୍ତ କୁମାର ଓଝା ପ୍ରମୁଖ ଯୋଗ ଦେଇ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.