Saturday , April 1 2023
Breaking News
Home / କୃଷି / ନରସିଂହପୁର ଧାନମଣ୍ଡିରେ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣାଯିବାକୁ ରାମେଶ୍ୱର କୃଷକ ସଂଗଠନ ପକ୍ଷରୁ  ପ୍ରଶାସନ ନିକଟରେ ଦାବି

ନରସିଂହପୁର ଧାନମଣ୍ଡିରେ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣାଯିବାକୁ ରାମେଶ୍ୱର କୃଷକ ସଂଗଠନ ପକ୍ଷରୁ  ପ୍ରଶାସନ ନିକଟରେ ଦାବି

କେନ୍ଦ୍ରାପଡ଼ା, ୧୬/୦୩/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ପ୍ରାଥମିକ କୃଷି ସମବାୟ ସମିତି ଧାନମଣ୍ଡିରେ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣାଯିବାକୁ ରାମେଶ୍ୱର କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି । ସେହି ସମବାୟ ସମିତିରେ ଆବେଦନକାରୀ ଚାଷୀମାନେ ଧାନ ବିକ୍ରୀ କରିବା ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅନଲାଇନରେ ପଞ୍ଜିକରଣ କରିଥିଲେ । କିନ୍ତୁ ସେହି ସମିତିର ସମ୍ପାଦକ ଟାର୍ଗେଟ ନଥିବାର କାରଣ ଦର୍ଶାଇ ପଞ୍ଜିକୃତ ଚାଷୀମାନଙ୍କୁ ଧାନବିକ୍ରୀ ପାଇଁ ଟୋକନ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି । କେତେକ ଟୋକନଧାରୀ ଚାଷୀଙ୍କ ଠାରୁ ମଧ୍ୟ ସଂପୃକ୍ତ ସମିତି ଧାନ କିଣୁନଥିବା ଯୋଗୁଁ ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଥିବା  ଧାନ ଖରା କାକର ଖାଇବା ସହ ଷଣ୍ଢ, ମୂଷା ଖାଇ ନଷ୍ଟ ହେବାକୁ ବସିଲାଣି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଫଳରେ ଚାଷୀମାନଙ୍କର ବର୍ଷକର ବଂଚିବାର ରାହା ହରାଇ ସେମାନେ ମାନସିକ ଦୁଶ୍ଚିନ୍ତାରେ  ମୁଣ୍ଡରେ ହାତଦେଇ ବସିଛନ୍ତି । ତେଣୁ ଚାଷୀମାନଙ୍କର ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବାକୁ ଆବେଦନକାରୀ ତୈ୍ରଲୋକ୍ୟନାଥ ଦାସ, ରମେଶ ଚନ୍ଦ୍ର ନାୟକ, ସୁଦର୍ଶନ ଘଡାଇ, ଅଜୟ କୁମାର ଦାସ, ନିରାକାର ଖଟୁଆ, ଅକ୍ଷୟ ନାୟକ, ରବୀନ୍ଦ୍ର ବଳ, ରଞ୍ଜିତ ନାୟକ, ମାନସ ବିଶ୍ୱାଳ,ଘନଶ୍ୟାମ ନାୟକ ପ୍ରମୁଖ ଶତାଧିକ ଚାଷୀ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.