Sunday , April 2 2023
Breaking News
Home / କୃଷି / ଦୁଗ୍ଧଚାଷୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନରେ ଅବହେଳା ଅଭିଯୋଗ

ଦୁଗ୍ଧଚାଷୀଙ୍କୁ ବ୍ୟାଙ୍କ ଋଣ ପ୍ରଦାନରେ ଅବହେଳା ଅଭିଯୋଗ

କେନ୍ଦ୍ରାପଡ଼ା, ୧୬/୦୩/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ବ୍ରହ୍ମପୁର (ବି) ଦୁଗ୍ଧ ସମବାୟ ସମିତିର ଦୁଗ୍ଧଚାଷୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ  ସେମାନେ ସରକାରଙ୍କ ଯୋଜନା ଅନୁଯାଇ ଗୋପାଳନ ନିମନ୍ତେ ସେହି ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ବ୍ୟାଙ୍କକୁ ଋଣ ପ୍ରଦାନ ନିମନ୍ତେ  ଦରଖାସ୍ତ କରିଥିଲେ । କିନ୍ତୁ ସଂପୃକ୍ତ ସମିତିର ଦୁଗ୍ଧଚାଷୀମାନେ ଦୀର୍ଘ ୩ମାସ ଧରି ବ୍ୟାଙ୍କକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେବି ସଂପୃକ୍ତ ବ୍ୟାଙ୍କ ସେହି ଚାଷୀମାନଙ୍କୁ ଗୋପାଳନ ନିମନ୍ତେ ଋଣ ମଞ୍ଜୁର କରୁନଥିବା ଅଭିଯୋଗ ହୋଇଛି  । ତେଣୁ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ସହ ଦୁଗ୍ଧଚାଷୀମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରାଯିବା ପାଇଁ ସେମାନଙ୍କୁ ଅବିଳମ୍ବେ ସରକାରଙ୍କ ନୀତିନିୟମ ଅନୁଯାଇ ଋଣ ପ୍ରଦାନ କରାଯିବାକୁ ଚାଷୀମାନଙ୍କ ପକ୍ଷରୁ ବ୍ରହ୍ମପୁର (ବି) ଦୁଗ୍ଧ ସମବାୟ ସମିତିର  ସମ୍ପାଦକ ଶରତ ଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ସ୍ୱାଇଁ, ସାଗର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ଜେମା ସେଠୀ, ସୁଶ୍ରୀ ସଙ୍ଗିତା କୁଣ୍ଡୁ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.