କେନ୍ଦ୍ରାପଡା, ୧୬/୦୩/୨୦୨୧(ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୋଗୁଆ ଛକରେ ଥିବା ଏକ ବ୍ୟାଙ୍କ ଏ.ଟି.ଏମ.ରେ ଗତ ରବିବାର ବିଳମ୍ବିତ ରାତିରେ ପଶିଥିବା ଜନୈକ ବଙ୍ଗାଳି ରାଜମିସ୍ତ୍ରୀଙ୍କୁ କେନ୍ଦ୍ରାପଡା ସହରର ତିନିମୁହାଣି ଛକରେ ଟାଉନ ଥାନା ପୋଲିସ ଗିରଫ କରି ପଟ୍ଟାମୁଣ୍ଡାଇ ଥାନା ପୋଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ଗତରାତିରେ ସଂପୃକ୍ତ ରାଜମିସ୍ତ୍ରୀ ଜଣକ ଗୋଗୁଆ ଛକରେ ଥିବା ଏ.ଟି.ଏମ . ଭିତରେ ପଶି ସେଠାରେ କିଛି ସମୟ ବିତାଇବା ପରେ ସେଠାରୁ ଏକ ସାଇକେଲରେ କେନ୍ଦ୍ରାପଡା ଆଡକୁ ଆସିଥିଲେ । ଏସମ୍ପର୍କରେ ଭୂବନେଶ୍ୱରସ୍ଥିତ ବ୍ୟାଙ୍କ ପକ୍ଷରୁ ନିଯୁକ୍ତ ଅଧିକାରୀଙ୍କ ପକ୍ଷରୁ ସିସିଟିଭି ମାଧ୍ୟମରେ ଜାଣିବାକୁ ପାଇବା ପରେ ସେଙ୍ଗ ସେଙ୍ଗ ପଟ୍ଟାମୁଣ୍ଡାଇ ଥାନା ପୋଲିସକୁ ଅବଗତ କରାଯାଇଥିଲା । ପଟ୍ଟାମୁଣ୍ଡାଇ ଥାନା ପକ୍ଷରୁ ଏସପିଙ୍କୁ ଜଣାଇଦିଆଯିବା ପରେ ଏସପିଙ୍କ ନିର୍ଦେଶରେ ସଂପୃକ୍ତ ବ୍ୟକ୍ତିଙ୍କୁ ତିନିମୁହାଣି ଛକରେ ଟାଉନ ଥାନା ପୋଲିସ ଗିରଫ କରି ପଟ୍ଟାମୁଣ୍ଡାଇ ଥାନା ପୋଲିସକୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଠାରୁ ସୂଚନା ମିଳିଛି । ଓଡ଼ିଶା ସମାଚାର