Wednesday , March 29 2023
Home / ବ୍ୟବସାୟ ବାଣିଜ୍ୟ / ୪ ଦିନ ବ୍ୟାଙ୍କ ବନ୍ଦ୍

୪ ଦିନ ବ୍ୟାଙ୍କ ବନ୍ଦ୍

ଭୁବନେଶ୍ୱର, ୧୫/୦୩/୨୦୨୧(ଓଡ଼ିଶା ସମାଚାର)-ବ୍ୟାଙ୍କ ଘରୋଇ କରଣକୁ ବିରୋଧ କରି ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିଅନ୍ ବନ୍ଦ ଡାକରା କ୍ଷହ ଏହାକୁ ସମର୍ଥନ କରିଛନ୍ତି ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ଆଜିଠାରୁ ୨ଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ । ଫଳରେ ସୋମବାର ଓ ମଙ୍ଗଳବାର ବ୍ୟାଙ୍କ ବନ୍ଦ ରହିବ । ପୂର୍ବରୁ ଶନିବାର ଓ ରିବବାର ବ୍ୟାଙ୍କଗୁଡ଼ିକ ଛୁଟି ପାଇଁ ବନ୍ଦ ରହିଛି ।ଫଳରେ ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଲଗାତର ଭାବେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ଧର୍ମଘଟ ଶେଷ ହେବା ପରେ ବୁଧବାର ଠାରୁ ବ୍ୟାଙ୍କ ସେବା ପୁଣି ସ୍ୱାଭାବିକ ହେବ । ଏହି ଅବସରରେ ବ୍ୟାଙ୍କ ଶାଖାରେ ହେଉଥିବା କାରବାର, କ୍ଲିୟରିଂ ଆଦି ଗୁରୁତର ଭାବେ ପ୍ରଭାବିତ ହେବ । ଅନଲାଇନ ଓ ଡିଜିଟାଲ ବ୍ୟାଙ୍କିଙ୍ଗରେ ସେଭଳି ଅସୁବିଧା ହୋଇନପାରେ । ଏଟିଏମ୍ ରୁ ଟଙ୍କା ଉଠାଣ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ସର୍ବଭାରତୀୟ ସ୍ତରରେ ଧର୍ମଘଟରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ସାମିଲ ହେବେ । ସେହିଭଳି ଓଡ଼ିଶାରେ ଧର୍ମଘଟ ଯୋଗୁ ୫୫୦୦ରୁ ଅଧିକ ବ୍ୟାଙ୍କ ଶାଖା ବନ୍ଦ ରହିବ । ଓଡ଼ିଶାରେ ୩୦ ହଜାରରୁ ଅଧିକ କର୍ମଚାରୀ ଓ ଅଧିକାରୀ ଏଥିରେ ସାମିଲ ହେବେ । ସରକାରୀ ବ୍ୟାଙ୍କ ସହିତ ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କଗୁଡ଼ିକ ଧର୍ମଘଟରେ ସାମିଲ ହେବେ ବୋଲି ଏଆଇବିଓସି ସଭାପତି, କହିଛନ୍ତି ।
କେନ୍ଦ୍ର ସରକାର ଗତ ୪ ବର୍ଷ ମଧ୍ୟରେ ୧୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ କରିବା ସହିତ ଆଇଡିବିଆଇ ବ୍ୟାଙ୍କର ସଂଖ୍ୟାଗରିଷ୍ଠ ଅଂଶଧନକୁ ଏଲ୍ଆଇସିକୁ ୨୦୧୯ ମସିହାରେ ବିକ୍ରି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.